STORYMIRROR

Kalandi pal

Inspirational

3  

Kalandi pal

Inspirational

ଖଜୁରୀ ଗଛର କି ଗୁଣ କହିବି

ଖଜୁରୀ ଗଛର କି ଗୁଣ କହିବି

1 min
174


ଖଜୁରୀ ଗଛର   କି ଗୁଣ କହିବି

   ମୂଳରୁ ପାହାଚ ପାହାଚ

ପାଞ୍ଚ ବରଷକୁ   କଣ୍ଟ ଦେଇଥିଲ

   ବଚନଟା ଥିଲା ଉଚ୍ଚ!!


ଥନ୍ତଲ ପେଟଟା  ଧାନଉଂସା ହାଣ୍ଡି

    ଟାକୁଆ ଗାଲେ ମାଉଁସ

ଭଙ୍ଗା ସ୍କୁଟରଟା କଳଙ୍କି ଖାଇଲା

    ବୋଲରରେ ଯାଅ ଆସ!!


ଦେଖା ହେଉଥିଲେ ହସି ଦେଉଥିଲ

   ଭଲ ମନ୍ଦ ବୁଝୁଥିଲ

ଜିତି ଗଲାପରେ  ପଦେ ପଚାରିଲେ

    ସମୟ ନାହିଁ କହିଲ!!


ଗାଆଁ ଚାଳଘର  ତ୍ରିତାଲା କୁଟୀର

   ସହରେ କମ୍ପାନୀ ଚାଲେ

ଝିଅ ପଢୁଅଛି  ଗୋଆ ୟୁନିଭରସିଟି

    ପୁଅ ପଢେ ରୁଷିଆରେ!!


ଶଳାର ଦୁଇଟା ବିୟର ଫାକ୍ଟୋରୀ

   ଶଢୁର ଟ୍ରଲର ଚାଲେ

ଭାଇଟା ତୁମର   ବାହାଦୁରି ବୀର

   ନିଶେ ହାତ ମାରି ଚାଲେ!!


ପାଞ୍ଚ ବର୍ଷ ତଳେ  କୁକୁର ପରାୟେ

   ବୁଲୁଥିଲ ବାରଦ୍ୱାର

ଫାଟକ ମୁହଁରେ ଆଲସିସାନ ଜଗେ

    ପୁରାଇ ଦିଏନି ଘର!!


ନିର୍ବାଚନ ପୂର୍ବ   ଧେଡିଆ କୁତିଟା

    ଆଲିସିସାନ ରୂପ ସାଜେ

ଆମ ଅସୁବିଧା   କହିଲା ବେଳକୁ

    ତୁମେ କିଏ ମନେ ହେଜେ!!


ପାଞ୍ଚ ବର୍ଷ ତଳେ ଯାହାଙ୍କ ସାଥିରେ

   କଟୁଥିଲା ଦିନ ରାତି

ସିଏ ହୋଇଗଲେ  ମଳିମୁଣ୍ଡିଆରେ 

   ନାକକୁ ତୁମ ଗାନ୍ଧାନ୍ତି!!


ବ୍ୟାଙ୍କରେ ଖାତା ଟାଉନରେ ଜାଗା

    ତାହାର ହିସାବ ନାହିଁ

ହାଡ଼ିଆ ବୁଢ଼ାଟା  ଚାହିଁ ରହିଅଛି

    ଘର ଖଣ୍ଡେ ମିଳୁ ନାହିଁ!!


ଲୋକ ସେବା କଲ ଭାତିଆ ପାଇଲ

    ମୋଟୁରୁ ପାଞ୍ଚ ବରଷ

କୋଉଠୁ ଆସିଲା ଏ ସବୁ ହୋଇଲା

    ପଚାରିଲେ ହୁଏ ଦୋଷ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational