Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Romance

3  

Prasanta kumar Hota

Romance

କହିଥିଲି କିବା କୁହ

କହିଥିଲି କିବା କୁହ

1 min
141



କହିଥିଲି କିବା ପ୍ରିୟା ବୋଲି କେବେ 

କୋଳାଗ୍ରତ କରି କୁହ

ପାଖେ କେବେ ବସି ଧରିଥିଲି ହାତ

ପାଇବାକୁ ଟିକେ ସ୍ନେହ?

ଅଯଥାରେ କାହିଁ ଦୋଷ ଦିଅ ମୋତେ 

ଭୁଲିଗଲ ବୋଲି କୁହ ।


ପ୍ରତିଶ୍ରୁତି କେବେ ଦେଇନାହିଁ ମୁଁ ତ

ଆଶା କାହିଁ କଲ କୁହ 

ମୋଠାରୁ ପିରତୀ ବୋହିଥିଲା କେବେ 

ଦେଇଥିଲି ପ୍ରୀତି ସ୍ନେହ ?

ଅଯଥାରେ କାହିଁ ଦୋଷ ଦିଅ ମୋତେ 

ଭୁଲିଗଲ ବୋଲି କୁହ ।


ହୃଦୟକୁ ମୋର ଖେଳନା କି ଭାବ 

ଏମିତି କାହିଁକି ହୁଅ 

ପ୍ରୀତିର ପରଶ ପାଇ ମୁଁ ନଥିଲେ

କେମିତି ବୁଝିବି ଦିଅ

କହିଥିଲି କିବା ପ୍ରିୟା ବୋଲି କେବେ 

କୋଳାଗ୍ରତ କରି କୁହ ।

ଅଯଥାରେ କାହିଁ ଦୋଷ ଦିଅ ମୋତେ 

ଭୁଲିଗଲ ବୋଲି କୁହ ।


ମୋ ପାଖେ ନାହିଁ ମୋ ବାସନା ତ କେବେ 

ତୋ ପାଖେ ଥିଲା କି କହ

ତୋ ମନ ବାସନା ନୁହେଁ ମୋ ଭାବନା

ତୋର ସିନା ଅନ୍ତର୍ଦାହ। 

ଅଯଥାରେ କାହିଁ ଦୋଷ ଦିଅ ମୋତେ 

ଭୁଲିଗଲ ବୋଲି କୁହ ।



Rate this content
Log in

Similar oriya poem from Romance