STORYMIRROR

Raja Sekhar CH V

Abstract

3  

Raja Sekhar CH V

Abstract

ଖିଲିଖିଲି ହାସ

ଖିଲିଖିଲି ହାସ

1 min
479


ଏକ ହାସ୍ୟକର କଥା ଆଣିଦିଏ ଚେହେରାରେ ହସ,

ଜୀବନର ଏକ ଅଭିନ୍ନ ଅଙ୍ଗ ଯେ ହାସ୍ୟରସ


ବହୁତ ଖୁସି ଦିଏ ଶିଶୁର ମୃଦୁହାସ,

ମାତାପିତାଙ୍କୁ ହସର ଲହର ଆଣେ ଦେଖି ସନ୍ତାନର ଖିଲିଖିଲି ସ୍ନିଗ୍ଧହାସ


ସାଙ୍ଗ ମାନେ ପରସ୍ପର କରନ୍ତି ପରିହାସ,

ଅତ୍ୟନ୍ତ କଷ୍ଟକର ଯଦି ଏହା ହୁଏ ଉପହାସ


ଦ୍ରୌପଦୀର ଅଦରକାରୀ ହସରୁ ଦୁର୍ଯ୍ୟୋଧନକୁ ମିଳିଲା ଅର୍ଥହୀନ ଅବହେଳିତ ଆଘାତ,

ଦ୍ୟୂତ କ୍ରୀଡ଼ାରୁ ଆରମ୍ଭ ହେଲା କୁରୁକ୍ଷେତ୍ରରେ ମହାଭାରତ


କ୍ରୂର ବ୍ୟକ୍ତିର ପରିହାସରେ ଦିଶେ ଧ୍ବଂସ,

ଏମିତି ବ୍ୟକ୍ତିର ସାମିପ୍ୟ କେବେଳ ଆଣିବ ବିଧ୍ୱଂସ


ନିଜ ହସକୁ ସଦା ଦେବେ ନିୟନ୍ତ୍ରଣ,

ଅଯଥା ହସିଲେ ହୋଇ ପରେ ଅବିଦିତ ଆପଦକାଳର ଆମନ୍ତ୍ରଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract