Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Children

4  

Amarnath Barick

Children

କହିଲ ଦେଖି

କହିଲ ଦେଖି

1 min
676


ଝୁଣା ଲାଖ କାଠ ପଟା ଦବାଇ

ପାଇଥାଉ ଆମେ ସବୁ ତା' ପାଇଁ

ରୋଷେଇ ପାଇଁକି ଦିଅଇ ଜାଳ

ଖାଇବାକୁ ପୁଣି ମଧୁର ଫଳ

ଖରାବେଳେ ଦିଏ ଛାଇ ଯୋଗାଇ

କହି କି ପାରିବ ତା' ନାମ ଭାଇ ?       (ଉ: ଗଛ)


ଛେନା ଘିଅ କ୍ଷୀର ଲବଣୀ ଦହି

ମିଳେ ସେ ନିରୀହ ପ୍ରାଣୀଟି ପାଇଁ

ତା' ଗୋବର ଆଣି ଲିପୁଛେ ଘର

କ୍ଷେତ ପାଇଁ ଏହା ଅଟଇ ସାର

ଘାସ କୁଟା ଖାଏ ସେହି ପ୍ରାଣୀଟି

କିଏ ଜାଣିଅଛ ତା'ର ନାମଟି ?    (ଉ: ଗାଈ)


ମନ ଜାଣି ଦିଏ ଖାଇବା ବାଢ଼ି

ଗେଲ କରେ ଯେବେ ହେଉ ଅତାଡ଼ି

ପଣତ ଧରି ତା' ବାଟ ଚାଲିଛୁ

ସେନେହ ମମତା ସବୁ ପାଇଛୁ

ଜନମ ଦେଇଛି ଆମକୁ ସିଏ

କୁହ ପିଲେ ସେହି ଦେବୀଟି କିଏ ?    (ଉ: ମା')


ତା' ଉପରେ ବସବାସ କରୁଛୁ

ତାକୁ ଖୋଳିଦେଲେ ପାଣି ପାଉଛୁ

ତା' କୋଳରେ ହୁଏ ଶସ୍ୟ ଅମଳ

ତା ବକ୍ଷରେ ଅଟେ ସମସ୍ତ ମୂଳ

ତା'ର ଅନ୍ୟ ନାମ ଧରଣୀ ମାଆ

କୁହ ଏବେ କିସ ତାହାର ନାଆଁ ?    (ଉ: ବସୁଧା)


Rate this content
Log in

Similar oriya poem from Children