STORYMIRROR

Jitendra Seth

Classics

3  

Jitendra Seth

Classics

ଖିଏ ହସ

ଖିଏ ହସ

1 min
420

ଅଭିଶପ୍ତ ଥିଲା ଜୀବନ ଆମରି

ନିଃପୁତ୍ରିକ ଦୋଷ ପାଇଁ

ତୋର ଆଗମନେ ଜନ ମାନସରୁ 

ସବୁ ଦୋଷ ଗଲା ଧୋଇ


ତୋ କୁଆଁ ଡ଼ାକରେ ସରଗ କୁସୁମ 

ଆକାଶରୁ ପଡ଼େ ଝରି 

ବଉଳ ବସନ୍ତ ପୁଲକିତ ମନେ 

ଆସିଛନ୍ତି ପୁଣି ଫେରି


କୋଇଲି ଗାଉଛି କୁହୁ ତାନ ତୋଳି 

ତୋ ପାଇଁ ମଧୁ ସଙ୍ଗୀତ 

ଚନ୍ଦ୍ରମା କହୁଛି ବାଦଲ ଫାଙ୍କରେ 

ବସିବ ତୋ ସାଥେ ମିତ


ଗୃହଲକ୍ଷ୍ମୀ ହୋଇ ଆସିଛୁ ଘରକୁ

ସଙ୍ଗେ ଘେନି ହସ ଖୁସି 

ଭୋକିଲା ପେଟର ଭୋକ ମରିଯାଏ 

ତୁହିଁ ଦେଲେ ଥରେ ହସି


ତୋ କୁନି ପାଦରେ ଅଳତାର ଗାର 

ତା ସାଥେ ପାଉଁଜି ସଜ

ଭଲି ଭାଲିକା ପୋଷାକ ଅତର 

ନିଇତି ହେବ ଲୋ ରଜ


ଯାହା ତୁ କହିବୁ ସବୁ ଆଣିଦେବି 

ଆଲୋ ମୋର ଚାନ୍ଦମୁହିଁ

ଛାଇ ପରି ତୋର ରହିଥିବି ପାଖେ 

ଯେତେ ଦିନ ଥିବି ଜିଇଁ


ସବୁ ଜନମରେ ଆମରି କୋଳରେ 

ଜନମ ହେବୁ ଲୋ ତୁହିଁ 

ଅମୂଲ୍ୟ ରତନ ଆମରି ତୁ ଧନ 

ତୋ ପରି ହେବେନି କେହି


ତୁଳସୀ ଅଟୁ ତୁ ଆମ ଅଗଣାର 

ତୋ ଅଙ୍ଗେ ବସୁଧା ବାସ 

ବାର୍ଦ୍ଧକ୍ୟ କାଳରେ ବିତ୍ତ ଆମ ପାଇଁ 

ତୋ ଓଠର ଖିଏ ହସ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics