STORYMIRROR

Sudhanjali Mishra

Abstract

3  

Sudhanjali Mishra

Abstract

ଖିଏ ହସ

ଖିଏ ହସ

1 min
248

ଖିଏ ହସ

ନାଲି ଅଧରରେ ଖିଏ ହସ ଦେଖି

ବାଉଳା ସର୍ବେ ହୁଅନ୍ତି

କହ ଚକାଆଖି କେଉଁ ମାୟାବଳେ

ଭକତ ତୋର ଆସନ୍ତି

ସଭିଙ୍କ ମୁଖରେ ତୋର ଜୟଗାନ

ଓଡିଶା ମଉଡ଼ମଣି

କଳିଯୁଗେ ତୁହି ସଭିଙ୍କ ଭରସା

ସହାୟ ବିପଦେ ପୁଣି

ଖିଏ ହସ ଦେଖି ସଭିଙ୍କ ଓଠରେ

ସକାରାତ୍ମ ଭାବ ଜାଗେ

ସେହି ହସଧାରେ ବନ୍ଧୁତା ଜାଗଇ

ବେଶୀ ଆପଣାର ଲାଗେ

କଅଁଳ ଶିଶୁର ହସର ପସରା

ସଭିଙ୍କ ମନକୁ ଟାଣେ

ଶତ୍ରୁହେଲେ ମଧ୍ୟ ଘଡିଏ ଚାହଁଇ

ଶତ୍ରୁତା ଭୁଲଇ କ୍ଷଣେ

ପ୍ରିୟତମା ମୁଖେ ଖିଏ ହସ ଦେଖି

ପ୍ରେମିକ ପାଗଳ ସାଜେ

ଘରେ ଶାନ୍ତି ମୈତ୍ରୀ ସ୍ନେହ ଶ୍ରଦ୍ଧା ପୂର୍ଣ୍ଣେ

ସମାଜେ ଶାନ୍ତି ବିରାଜେ

ଜନ ଓଠଧାରେ ଖିଏ ହସ ପରା

ସମାଜେ ଶାନ୍ତି ବାରତା

ସଭିଙ୍କ ମୁଖରେ ହସ ଲାଗିରହୁ

ନ ଆସୁ ଦୁଃଖର ଚିନ୍ତା

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract