ଖିଏ ହସ
ଖିଏ ହସ
ଖିଏ ହସ
ନାଲି ଅଧରରେ ଖିଏ ହସ ଦେଖି
ବାଉଳା ସର୍ବେ ହୁଅନ୍ତି
କହ ଚକାଆଖି କେଉଁ ମାୟାବଳେ
ଭକତ ତୋର ଆସନ୍ତି
ସଭିଙ୍କ ମୁଖରେ ତୋର ଜୟଗାନ
ଓଡିଶା ମଉଡ଼ମଣି
କଳିଯୁଗେ ତୁହି ସଭିଙ୍କ ଭରସା
ସହାୟ ବିପଦେ ପୁଣି
ଖିଏ ହସ ଦେଖି ସଭିଙ୍କ ଓଠରେ
ସକାରାତ୍ମ ଭାବ ଜାଗେ
ସେହି ହସଧାରେ ବନ୍ଧୁତା ଜାଗଇ
ବେଶୀ ଆପଣାର ଲାଗେ
କଅଁଳ ଶିଶୁର ହସର ପସରା
ସଭିଙ୍କ ମନକୁ ଟାଣେ
ଶତ୍ରୁହେଲେ ମଧ୍ୟ ଘଡିଏ ଚାହଁଇ
ଶତ୍ରୁତା ଭୁଲଇ କ୍ଷଣେ
ପ୍ରିୟତମା ମୁଖେ ଖିଏ ହସ ଦେଖି
ପ୍ରେମିକ ପାଗଳ ସାଜେ
ଘରେ ଶାନ୍ତି ମୈତ୍ରୀ ସ୍ନେହ ଶ୍ରଦ୍ଧା ପୂର୍ଣ୍ଣେ
ସମାଜେ ଶାନ୍ତି ବିରାଜେ
ଜନ ଓଠଧାରେ ଖିଏ ହସ ପରା
ସମାଜେ ଶାନ୍ତି ବାରତା
ସଭିଙ୍କ ମୁଖରେ ହସ ଲାଗିରହୁ
ନ ଆସୁ ଦୁଃଖର ଚିନ୍ତା
