STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

କହିଦିଅ ଥରେ ମୁହଁ ଖୋଲି

କହିଦିଅ ଥରେ ମୁହଁ ଖୋଲି

1 min
381


ଯେବେ..

ତୁମ ଟୋପାଏ ଲୁହର ବନ୍ୟାରେ

ମୋ ସୁଖର ସଂସାର ଭାସୁଥିଲା.. 

ତୁମ ଚେନାଏ ହସର ଜ୍ୟୋତ୍ସ୍ନାରେ

ଫଗୁଣର ରଙ୍ଗ ଝରୁଥିଲା..

ତଥାପି.. 

ତୁମ ଅବୁଝା ମନର ଗଳି ବାଟେ

ମୋ ଶବ୍ଦର ପ୍ରଭାବ କମ୍ ହେଲା..

ତେବେ କହିଦିଅ ଥରେ ମୁହଁ ଖୋଲି

ସିଏ ପ୍ରେମ ନୁହେଁ ତ କଣ ଥିଲା..??


ତୁମ ଆଖି ପଲକରେ ନାଚୁଥିଲି 

ତୁମ ବାହୁ ବନ୍ଧନରେ ଝୁଲୁଥିଲି.. 

ତୁମ ପ୍ରେମ ପିଆଲାରେ ଭରିହେଇ 

କେତେ କେତେ ରାତି

ତୁମ ମହୁଲି ନିଶା ମୁଁ ସାଜୁଥିଲି..

ତଥାପି..

ତୁମ କାମନା ନିଶାସକ୍ତ ଶରୀର କୁ

ମୋ କଣ୍ଟକ ସ୍ପର୍ଶ ବୋଧେ କମ୍ ହେଲା..

ତେବେ କହିଦିଅ ଥରେ ମୁହଁ ଖୋଲି 

ସିଏ ପ୍ରେମ ନୁହେଁ ତ କଣ ଥିଲା..?? 


ମୋ ଆଶା ଆକାଶରେ ମନ ଖୋଲି

ଖୁବ୍ ଉଡୁଥିଲ ଡେଣା ଝାଡି..

ତୁମ କୁନି ପିଲା ମନେ ରାଗ ଅଭିମାନ 

ମୋ ହୃଦୟେ ଆଣୁଥିଲା ନଦୀବଢି..

ତଥାପି..

ତୁମ ଆକାଙ୍କ ଆଗରେ ମୋ ବାସ୍ତବତା 

ନିକିତି ଓଜନେ କମ୍ ହେଲା..

ତେବେ କହିଦିଅ ଥରେ ମୁହଁ ଖୋଲି 

ସିଏ ପ୍ରେମ ନୁହେଁ ତ କଣ ଥିଲା..?? 


ଲେଖିବା ତ ଖାଲି ବାହାନା..

ମନ ହୃଦୟରୁ ତୁମ ପ୍ରେମ ଯେତେ

ପୋଛିବାକୁ ଏବେ ବାକି ଥିଲା..

ହେଲେ

ମୋ ଲେଖନୀର କାଳି ସ୍ମୃତି କାଗଜରେ

ଆକଷର୍ଣ ଭାରି କମି ଗଲା.. 

ଅଢେଇ ଅକ୍ଷର ପ୍ରେମର ରଙ୍ଗ 

ତୁମ ପାଇଁ ଅବିର ଖେଳ ହେଲା..

ତେବେ କହିଦିଅ ଥରେ ମୁହଁ ଖୋଲି 

ସିଏ ପ୍ରେମ ନୁହେଁ ତ କଣ ଥିଲା..??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance