STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

କହିବି କଥାଟି

କହିବି କଥାଟି

1 min
237


କହିବି କଥାଟି ବାବୁରେ

    ଶୁଣିବୁ ଦେଇ ମନ

ମାନିଲେ ମୋ କଥା ଧନ ରେ

  ହେବୁ ଜଗତେ ଧନ୍ୟ।


ନିତି ପ୍ରାତ ସ୍ନାନ କରି ଯେ

  ସୁରୁଜେ ଜଳ ଦେଇ

ଗୁରୁ ଗୁରୁଜନ ପାଦରେ

   ସଦା ନମିବୁ ଯାଇ।


ମାଆ ଯାହା ଦେବେ ହରଷେ

   ତାହା କରି ଭୋଜନ

ବହି ଖାତା ଧରି ପଢ଼ିବୁ

   ପାଠରେ ରଖି ମନ।


କୋମଳ ବଚନ କହିବୁ

  ସଦା ସତ ଭାଷିବୁ

କାହା ମନେ କେବେ ଧନରେ

   କେବେ ଦୁଃଖ ନ ଦେବୁ।


ସାଙ୍ଗ ସାଥି ମେଳେ ଖେଳିବୁ

  କଳି କରିବୁ ନାହିଁ

ପର ନିନ୍ଦା କେବେ ବାବୁରେ

  ତିଳେ ନ କରି ତୁହି।


ଅଳସୁଆ କେବେ ନ ହେବୁ

  ସତ୍ୟ ପଥରେ ଥିବୁ

ଅନ୍ୟାୟ ଦେଖିଲେ ଧନରେ

  ତାର ପକ୍ଷ ନ ନେବୁ।


ମନେ ଯେବେ ଦୁଃଖ ଆସିବ

 ହରି ନାମ ଭଜିବୁ

ସେ ଅଭୟ ଦାତା ଜଗତ କରତା

  ପାଦରେ ଶରଣ ନେବୁ।


ସେ ପାଦକୁ ଭଜି ଧ୍ରୁବ ପ୍ରହଲ୍ଲାଦ

  ରଖିଯାଇଛନ୍ତି ନାମ 

ମନ ବଚନରେ ଅବା ସପନରେ

  ସେ ପଦେ ରଖିବୁ ଧ୍ୟାନ।


ମୋର ଏହି ସବୁ ବଚନ ମାନିଲେ

  ହୋଇବୁ ଜଗତଜିତା

ସତ୍ୟ ନ୍ୟାୟ ଧର୍ମ ପଥରେ ଚଳିଲେ

 ନଥିବ କିଛି ଦୁଶ୍ଚିନ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational