STORYMIRROR

Puspanjali Panda

Classics

3  

Puspanjali Panda

Classics

କହିବାର ଯାହାଥିଲା-୬

କହିବାର ଯାହାଥିଲା-୬

1 min
239

ନିବିଡ଼ ଆଶ୍ଲେଷେ ନୀରବତା ଶେଷେ

ନୀଳନଦୀ ନୀଳଜଳେ

ଆବେଗ ଆହା ରେ ଆରାଧନା କରେ

ତପସ୍ୟାର ପୁଣ୍ୟ ଫଳେ।


ରୋମାଞ୍ଚିତ ତନୁ ତନ୍ଦ୍ରାଛନ୍ନ ପ୍ରାୟେ

ମୁଗ୍ଧ ମଞ୍ଜୁଳ ବେଶେ

ନିଃଶଦ୍ଦ ନିଶ୍ୱାସ ଖିପ୍ରବେଗେ ଧାଏଁ

ପ୍ରିୟତମ ପ୍ରିତି ଆଶେ ।


ନୂଆ ନୂଆ ନିତି ଅପେକ୍ଷା ର ଫଳ

ସୁନେଲି ସ୍ୟାହି ରେ ଥିଲା

ଅକୁହା ଆବେଗ ଅଧା ରହିଗଲା

କିଛି କଣ କହିହେଲା।


କହିବା କଥା ମୋ ନକହି ରହିଲା

ଲୁଚାଇଲି ଛାତିତଳେ

ଝଂକୃତ ହେଲେ ମଧୁର ଯନ୍ତ୍ରଣା

ସହିଯାଏ କଳେବଳେ।


ଶିରା ପ୍ରଶିରାରେ ପ୍ରେମଧାରା ଧିରେ

ବହୁଛି ସରୁନି ଜମା

ପରମ ସୁଖର ଚରମ ସୋପାନ

କେବେ ହେବନାହିଁ ଧିମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics