STORYMIRROR

Puspanjali Panda

Classics

3  

Puspanjali Panda

Classics

କହିବାର ଯାହାଥିଲା-୩

କହିବାର ଯାହାଥିଲା-୩

1 min
268

କହିପାରି ନାହିଁ ଆଉ କିଛି

କହିବାର ଇଛା କେବେଠୁ ଗଲାଣି 

ଯେବେଠୁ ତୁମକୁ 

ଏ ଜୀବନେ ନେଲି ବାଛି।


ଜୀବନ ରେ କେବେ କେବେ 

ଅଭିଯୋଗ ଆଉ ଅଭିମାନ କରିନାହିଁ

ନୀରବରେ ଗଲି ରହି

ଆଉ କାହିଁକି କହିବି ଏବେ।


କହିବାର ଥିଲା ଯେତେଯାହା

କହିଦେଇଥିଲେ ସବୁ ମୁହଁ ଖୋଲି

ଆଗ ପଛ କଥା ସବୁ ଭୁଲି ଭାଲି

ମିଳିଥାନ୍ତା ଖାଲି ପଦେ ଆହା।


ଚଳିତ ଯାଉଛି ଏଠି

ସଂସାର ଭିତରେ ହସ ଓ ଖୁସୀର

ତେଲ ଲୁଣ ଆଉ ସଂସାରୀପଣର

ସବୁପରା ମାପକାଠି।


ଦୁଃଖ ହେଉ ଅବା ସୁଖ

ଜୀବନ ସାଥୀର ସାଥ ମିଳିଗଲେ

ବଜ୍ର କଠିନ କଷ୍ଟ ବି ତରଳେ

ଛାଡ଼ି ପଳାଇବ ଦୁଃଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics