କହିବାର ଥିଲା ଯାହା-୭
କହିବାର ଥିଲା ଯାହା-୭
ଏଠି ମୁହୁର୍ତ୍ତ ଗୁଡା
ସ୍ଥିର ଆଉ ଧିର
ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ
ବୁଝିଜମା ପାରୁନାହିଁ ତୁମରି ଇଙ୍ଗିତ।
ଏବେ ସବୁ ତୁଛ
ସବୁ ମୂଲ୍ୟ ହୀନ ଲାଗେ
ସମ୍ପର୍କ ର ସଂଜ୍ଞା
ଶେଷ ବେଳା କିବା ଉପସ୍ଥିତ !
ସମୟ ସବୁ କେମିତି
କଟିଗଲା ଗଣନା କରୁଛି।
ତଥାପି ବଞ୍ଚିବା ମୋହ ସତେକିବା
ଛାଡ଼ି ମୁଁ ପାରୁଛି ।
ଆଉକିଛି ନିଶ୍ୱାସ ନେବାର ସମୟ କୁ
ମାଗି କି ପାରୁଛି !
କହିବାର ଯାହାଥିଲା
କହି କି ପାରିଛି !
