କହିବାକୁ କିଛି ନାହିଁ ଆଉ !
କହିବାକୁ କିଛି ନାହିଁ ଆଉ !
କହିବାକୁ କିଛି ନାହିଁ ଆଉ !
କହିବାକୁ ଯାହାଥିଲା ସବୁ ତ ଦେଇଛି କହି
ଆଉ କିଛି କହିବାର ନାହିଁ ପ୍ରଭୁ ତୁମକୁ ତୁମକୁ,
ଭାବନା ବି ଯାହାଥିଲା ସବୁ ତ ବଖାଣିଦେଲି
ଆଉ କିଛି ଭାବିବାର ନାହିଁ ପ୍ରଭୁ ପୁଣି ମୁଁ ନିଜକୁ I
ସତ ଯଦି ସବୁ ସତ ମିଛରେ ମୁଁ ହସେ କାହିଁ
ଥରେ ମୋତେ ତୁମେ ଜଗା ଦିଅନ୍ତନି କହି,
କହାକୁ ବା ପଚାରିବି କିଏ ବା ଉତ୍ତର ଦେବ
ମୋ ମନର ଭାବନା ଟା ଯାଏ ତ ଶୋଇ ॥
ମୁଁ ଜାଣେ ତୁମେ ତ ମୋର ଆଉ ସବୁ ସାତପର
ନିଜର ବୋଲି ନିଜର ଭାବିଛି ଯାହାକୁ,
ସେ ମୋତେ ଆପଣା କରେ ଦୂରରେ ବି ଲୁହଢାଳେ
ଥରେ ତ, ମୋ, ଅନ୍ତର କଥା ଭାବନି ମନକୁ ?
