STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କହିବ କି?

କହିବ କି?

1 min
128

ସତ୍ୟ ପଥେ ଯଦି ବାଟ ଚାଲୁଥିଲେ

ଶୁଭ ଦିନେ ବାବୁ ହେବ ସଫଳ

କହିବ କି କାହିଁ ପାପୀ ଅପରାଧୀ

ଆଜି ଅନ୍ୟାୟରେ ଖେଳନ୍ତି ହୋଲିର ଖେଳ


ଧରମକୁ ଜଗି କାମ କରୁଥିଲେ

ଶୁଭ ଲଗନରେ ମିଳେ ସୁଫଳ

କହିବ କି କାହିଁ ନିରୀହ ନିର୍ଦୋଷୀ

ପାଏ ଫାଶୀ ଇଏ କି ମାୟାଜାଲ


ସିଧାସାଧା ହୋଇ ଜୀବନ ଜିଇଁଲେ

ଶୁଭ ସମୟରେ ମିଳେ ନିର୍ମାଲ୍ୟ

କହିବ କି କାହିଁ ଚୋର, ଡକାୟତ

ମଉଜ କରନ୍ତି ପିନ୍ଧି ସୁନାର ମାଳ


ନିଃସର୍ତ୍ତରେ ଯଦି ଭଲ ପାଇଥିବ

ଶୁଭ କାଳେ ନିଶ୍ଚେ ହେବ ସଫଳ

କହିବ କି କାହିଁ ସ୍ୱାର୍ଥ ପାଇଁ ଏଠି

ନିରୀହ ହୃଦୟ ହୁଅଇ ଫାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract