STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

କହି ପାରେନାହିଁ ପାରେନାହିଁ

କହି ପାରେନାହିଁ ପାରେନାହିଁ

1 min
356


କାହିଁକି ଏ ନାମ ଭଲ ଲାଗେ ମୋତେ 

  କହି ପାରେ ନାହିଁ ପାରେ ନାହିଁ,

ଭାରି ଭଲ ଲାଗେ ଯେତେ ଜପୁଥିଲେ

 ଜପୁଥାଏ ଜପୁଥାଏ ମୁହିଁ,

କେ ଦେଲା ଏ ନାମ ଜାଣି ନାହିଁ

ଦେଖେ ମାଆ ମୋର ରାତି ପାହିବାଠୁ

  ରାତି ହେଲା ଯାଏ ଜପେ ସେହି ।

  କହି ପାରେ ନାହିଁ ପାରେ ନାହିଁ


ଗୀତା ଭାଗବତ ତାଳପତ୍ର ମଧ୍ୟେ

  ଲେଖା କରାଇଲେ ଜେଜେ ରହି,

ବ୍ରାହ୍ମଣ ବରିଣ ନିତି ପ୍ରତିଦିନ

 ସ୍ନାନ କରି ଶୁଣୁଥିଲେ ସେହି

ଓମ ନମୋ ଭଗବତେ କହି

ପ୍ରଭୁ ଜଗନ୍ନାଥ ପୁଣି ଶାଳଗ୍ରାମ

 ପୂଜୁଥିଲେ ଭକ୍ତି ଭରେ ସେହି ।

କହି ପାରେ ନାହିଁ ପାରେ ନାହିଁ ।

କାହିଁକି ଏ ନାମ ଭଲ ଲାଗେ..


ରାମ ନାମ ଶବ୍ଦ ମୋ କର୍ଣ୍ଣେ ପଡିଲେ

 ଅସ୍ଥିର ହୁଅଇ ମୋର ଦେହୀ,

ଶବ୍ଦ ଆସୁଥିବା ଦିଗକୁ ପାଦ ମୋ

ଆପେଆପେ ଯାଉଥିଲା ଧାଇଁ

ଜୟ ଜଗନ୍ନାଥ ତୁଣ୍ଡେ ଗାଇ

ଚକା ଚକା ଆଖି ବିମ୍ବାଧର ରୂପ

ମୋ ନୟନେ ଖାଲି ନାଚୁଥାଇ ।

କହି ପାରେ ନାହିଁ ପାରେ ନାହିଁ ।

ଭାରି ଭଲ ଲାଗେ..


ତା ନାମ ଗାଇଲେ ତାକୁ ସୁମରିଲେ

ସଂସାରର ମାୟା ଦୂର ହୋଇ,

ଭଲ ପାଇବାର ମଧୁ ମିଳିଯାଏ

ଏ ଜୀବନେ କିଛି ଲୋଡ଼ା ନାହିଁ,

ଆପେ ଆପେ ପଥ ଖୋଲି ଥାଇ

ହରେକୃଷ୍ଣ ହରେକୃଷ୍ଣ ହରେରାମ

ରାମ ରାମ ନାମ ଗାଇ ଗାଇ।

କହି ପାରେ ନାହିଁ ପାରେ ନାହିଁ ।

କାହିଁକି ଏ ନାମ ଭଲ ଲାଗେ ମୋତେ

କହି ପାରେ ନାହିଁ ପାରେ ନାହିଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational