କହି କି ପାରିବ...?
କହି କି ପାରିବ...?
କହି କି ପାରିବ
ଭଲ ପାଇବାର ସିନ୍ଦୁକରେ ତୁମ
ମୋତେ କି ସାଇତି ରଖିଥିବ
କହି କି ପାରିବ
କେତେ ଦିନ ଯାଏ ତୁମ ହୃଦୟରେ
ମୋ ପାଇଁ ଜାଗା ଦେଉଥିବ
କହି କି ପାରିବ
କେତେଦିନ ଯାଏ ମୋ ପ୍ରେମ ପାଖୁଡ଼ା
ଗଭାରେ ତୁମର ଗୁନ୍ଥିଥିବ
କହି କି ପାରିବ
କେତେଦିନ ଯାଏ ମୋ ପ୍ରେମ ସଙ୍ଗୀତ
ଏକାନ୍ତରେ ବସି ଗାଉଥିବ
ହେଲେ ମୁଁ କହିବି
ଜୀବନ ଯାତ୍ରାର
ଶେଷ ଶ୍ୱାସ ଯାଏ
ତୁମେ ମୋ ସ୍ପନ୍ଦନ ସାଜିଥିବ
ତୁମରି ସ୍ମୃତିକୁ
ସାଉଁଟି ସାଥିରେ
ସେପାରିକୁ ଯିବି
ମଶାଣିରେ ଯୁଇ ଜଳୁଥିବ