Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NARAYANA NEWS

Children

3  

NARAYANA NEWS

Children

ଅଭୁଲା ଅତୀତ

ଅଭୁଲା ଅତୀତ

1 min
157


ମନେପଡେ ପିଲାଦିନ 

ଧୂଳି ଖେଳ, ବାଲିଘର,

ଭଙ୍ଗା ସଡେଇରେ ଭାତ ରନ୍ଧା

ଲୁଚି ଲୁଚିକା, ମିଛିମିଛିକା ବାହାଘର।

ନଡ଼ିଆ ଗୋଟମା ରଥଟଣା,

ତାଳପତ୍ର ପେଁ କାଳି।

ବରଷାରେ ଭିଜିଭିଜି

କାଗଜଡ଼ଙ୍ଗା ଭସାଣି।

ମାଆ ପାଶେ ଜୁଲମ, 

ଅଳୀ ଅର୍ଦ୍ଦଳି ଦୁଷ୍ଟାମୀ।

ଉଦୁଉଦିଆ ଖରାବେଳେ

ବୋଉ କଥା ନଶୁଣି ନାଟଚାଲେ

ସାଙ୍ଗସାଥୀ ମେଳେ।

ରଜଦୋଳି, ଡାଳମାଙ୍କୁଡ଼ି,

ଗାଆଁ ମୁଣ୍ଡ ବରଗଛ ଡାଳେ।

ଜହ୍ନରାତିରେ ଯାତରା ଦେଖା,

ଗଉରୀ ଗୋଖଣିର ଶୁଖୁଆ ବିକା,

ବାସୁ ବଇଦର ପଥି ଖୁଆ,

ଡିବିରି ଆଲୁଅରେ ପଣକିଆ ଘୋଷା।

କାଠବେଣ୍ଟ ଛତା ଧରି,

ବରଷାରେ ବସ୍ତାନି ବୋହି

ଚାଟଶାଳୀ ଯିବା ବାଟରେ

ଶଗଡ଼ ଗୋହିରେ ଗୋଡ଼ ଖସେଇ

କାଦୁଅ ସରସର ହୋଇ ଘରକୁ ଫେରା,

ବାପାଙ୍କ କାନମୋଡା

ଆଜିବି ଆପାଶୋରା ।


Rate this content
Log in

Similar oriya poem from Children