STORYMIRROR

Kali Kumar

Romance Classics

3  

Kali Kumar

Romance Classics

କହି ହେବନି:୦୧

କହି ହେବନି:୦୧

1 min
160

ମୁଁ ଆଖି ବନ୍ଦ କରିଦେଲେ

ନିସଂକୋଚେ ମାଡ଼ି ଆସେ

ଯାବତୀୟ ଅନ୍ଧକାର, ମୋ

ନିବୁଜ, ନିଃସଙ୍ଗ କୋଠରୀ ମଧ୍ୟକୁ

ନିମିଷେ, ସବୁକିଛି ଅସ୍ପଷ୍ଟ ଅଦୃଶ୍ୟ

କେବଳ, ତୁମ ଚେହେରା ଓ ସ୍ମୃତି ବ୍ୟତିରେକ ।।


ଅନ୍ଧକାରରେ ମୁଁ ସ୍ପଷ୍ଟ ବାରି ପାରେ

ତୁମ କଥାକୁହା ଆଖିର ତୀକ୍ଷ୍ଣ ଚାହାଣୀ

ଅଭିମନ୍ତ୍ରିତ ଓଠ ତଳର ଅବ୍ୟକ୍ତ କାହାଣୀ

ପୟର ଯୋଗଳେ ନୂପୁରର ଛମ୍ ଛମ୍ ରାଗିଣୀ

ଆଉ ବିକ୍ଷିପ୍ତ ଶୂନ୍ୟତା ଏବଂ

ଚିରନ୍ତନ ନିଃସଙ୍ଗତାରେ ତୁମେ ସାଜୁଥାଅ ପ୍ରଣୟିନୀ ।।


ଏଇ ! ଏମିତି ଅନ୍ଧକାର କଣ

ତୁମକୁ କେବେ ଛୁଇଁ ଯାଇନି ?

ସେ ଅନ୍ଧକାର ମିଶା, ସ୍ମୃତି ଆଲୁଅରେ

ମୋ ଉପସ୍ଥିତି କେବେ କଣ ଜଣା ପଡ଼ିନି ?


କୁହନା !

ଏମିତି ଅନାବନା ଭାବନା

ତୁମକୁ କ'ଣ କେବେ ଛୁଇଁଯାଇନି?

ତୁମେ କହିଲ, " କହି ହେବନି !"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance