Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Classics

5.0  

Alhadini Panigrahi dash

Classics

ଖେଳ ରୁ ମଜା ସାଉଣ୍ଟିବା

ଖେଳ ରୁ ମଜା ସାଉଣ୍ଟିବା

1 min
210


ବାହାରେ ଖରା ହେଉ କି ବର୍ଷା

ଆମର କି ଯାଏ, ଆସେ ଯେ

ଆସ ଆମେ ଦି'ଜଣ ମିଶି ମାତିଯିବା

ସତରଞ୍ଜ ଖେଳ ରେ।


ମୋ ରାଜା ଜିତୁ,କି ତୁମର

କିଛି ଯାଏ ଆସେ ନାହିଁ

ହାରିବା । ହରେଇବା

ଜିତିବା ଜିତେଇବା ଭିତରେ

ଖେଳ ରୁ ମଜା ସାଉଣ୍ଟିବା ।


ଚେସ୍ ଗୋଟି ଚାଳନା ବେଳ ରେ

ତୁମ ବିବ୍ରତ ମୁହଁ ରେ ଝଲ୍ ମଲ୍ କରିବ ସ୍ବେଦ ବିନ୍ଦୁ

ତୁମ ଝାଳ ପୋଛୁ ପୋଛୁ

ହାତ ମୋର ପାଲଟି ଯିବ ବନ୍ଧୁ

କିନ୍ତୁ !

ଖେଳ ଭିତରେ ଚାଲୁଥିବ ଶତ୍ରୁ ର ଲଢେଇ

କଳା, ଧଳା ର ଲଢେଇ

ମୁଁ, ଓ ତୁ ର ଲଢେଇ

ଏଇ ଲଢେଇ କୁ ଖେଳ ଭିତରେ ସିମୀତ ରଖି

କେବଳ ଖେଳ ର ମଜା ସାଉଣ୍ଟିବା

ଖେଳ ସରିଗଲେ

ପୁଣି ଦୁହେଁ 'ଆମେ' ହୋଇଯିବା ।




Rate this content
Log in

Similar oriya poem from Classics