STORYMIRROR

Sujata Routray

Classics

2  

Sujata Routray

Classics

ଖଡି ଛୁଆଁ

ଖଡି ଛୁଆଁ

1 min
296

ଝାପସା ଝାପସା ପିଲାବେଳ

ତଥାପି ମନେଅଛି କିଛି କିଛି

ପ୍ରଥମ ଦିନ ବିଦ୍ୟାଳୟର

ଉଦବେଳିତ ମନ ଥିରି ଥିରି ଚାଲି

ସ୍କୁଲ ନଯିବାର ବାହାନା

କାନ୍ଦୁରା ମୁହଁ ,ଥରିଲା ଛାତି

କଛିଟା ଉତ୍କଣ୍ଠା ଓ ଆଶଙ୍କା

ଖୁବ ରାଗ ବୋଉ ଉପରେ

କାହିଁକି ପଠଉଛି ବୋଲି

କୋଳ ଛାଡି ଯିବାକୁ ଅନିଛା

କିନ୍ତୁ ପ୍ରଥମ ଦିନ ବିଫ୍ୟାଳୟର

ଥିଲା ଖୁବ ସୁନ୍ଦର

ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ମଧୁର ବ୍ୟବହାର

ମନ କିଣିନେଇଥିଲା ସେଦିନ

ଆରମ୍ଭ ହୋଇଥିଲା ପାଠପଢା

ଖଡି ଛୁଆଁ ଠାରୁ ବହି ପଢା ଯାଏ

ଏକ ଲମ୍ବା ସୁଦୀର୍ଘ ରାସ୍ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics