STORYMIRROR

rasmi maye pati

Inspirational

4  

rasmi maye pati

Inspirational

ଖାଲି ନାମ ହିଁ ଯଥେଷ୍ଟ

ଖାଲି ନାମ ହିଁ ଯଥେଷ୍ଟ

1 min
192


ଶ୍ୟାମଳ ଶରୀର ଲାବଣ୍ୟ ରେ ପୂର୍ଣ୍ଣ

  ହାତରେ ଶୋଭେ କୋଦଣ୍ଡ

ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର

 ସୌନ୍ଦର୍ଯ୍ୟ ରେ ତେଜବନ୍ତ

ସେ ନାମ ର ସତେ ଅବ୍ୟକ୍ତ ମହିମା

 ଅସୀମ ସେ ଦୟାବନ୍ତ

ସେ ନାମ ଧରିଲେ ଲକ୍ଷ ପାପ ଧୁଏ

 ନାମ ହିଁ ଖାଲି ଯଥେଷ୍ଟ

ମରା ମରା ଶଦ୍ଦେ କେତେ ଯାଦୁ ଥିଲା

  ଦସ୍ୟୁ ହୋଇଲା ମହାନ୍

ଇତିହାସ ପୃଷ୍ଠା କଲେ ସ୍ବର୍ଣ୍ଣାକ୍ଷର 

  ରଚି ଗଲେ ରାମାୟଣ

ସେ ନାମ ହିଁ ସୃଷ୍ଟି ସିଏ ହିଁ ବିଧ୍ୱଂଶ

 ରଚିଲା ବାଦ ବିବାଦ

ବାଦ ବିବାଦ ଠୁ ଉର୍ଦ୍ଧ୍ବ ରେ ସେ ନାମ

 ଷେଶେ ହେଲା ପ୍ରମାଣିତ।

ଯେ ନାମ ଉଚାରି କପି ବଳୀୟାନ

  ସାତ ସମୁଦ୍ର ଲଂଘିଲା

ଯେ ନାମ କୁ ଧରି ଗନ୍ଧମାର୍ଦ୍ଧନ କୁ

 ଆଙ୍ଗୁଠି ରେ ଟେକି ଥିଲା

କେଡେ ଭାଗ୍ୟ ସତେ ପାଇଲା କୈବର୍ତ୍ତ

 ଧୋଇଲା ତାଙ୍କ ଶ୍ରୀପଦ

ସେଇ ପାଦ ପଦ୍ମେ ଲୟ ରଖୁଥିଲେ

  ଲଂଘି ପାରିବୁ ବିପଦ।

କେତେ ଦଶାନନ କେତେ ମେଘନାଦ

 ସଂସାର ସାରା ବ୍ୟାପିଛି

ସେଥି ପାଇଁ ବୋଧେ ନିଶବ୍ଦ ନିସ୍ତବ୍ଧ

 ବଡ଼ ଦେଉଳେ ବସିଛି।

ଆଜି ର ଧରା ରେ ସ୍ଥିତି ଅସମ୍ଭାଳ

  ତଥାପି କାଇଁ ଏ ମନ

ହୁଏ ରାମ ମୟ ଭକ୍ତି ନିବେଦନ

 ଆକୁଳ ପ୍ରଣତି ଘେନ।

ଯେ ନାମ ର ସ୍ପର୍ଶ ପାଇବାକୁ କେତେ

 ବ୍ରହ୍ମା ଶିବ ଦେବା ଦେବୀ

ଯୁଗ ଯୁଗ ଧରି ଉତ୍କଣ୍ଠିତ ପ୍ରାଣେ

 କେତେ ପ୍ରତୀକ୍ଷା କରନ୍ତି।

ପାପି ଡାକେ ରାମ ତପି ଡାକେ ରାମ

 ମହିମା ତାର ଅନନ୍ତ

ସେ ନାମ ଧରିଲେ ହୋଇଯିବ ପାରି 

 ନାମ ହିଁ ଖାଲି ଯଥେଷ୍ଟ।

ଧ୍ଵଂସ ମୁଖେ ସୃଷ୍ଟି ବିଦ୍ୟମାନ ଆଜି

 ଆଶ୍ରା ଏକା ସେଇ ନାମ

ହୁଅ ରାମ ମୟ ବିନତୀ କଣ୍ଠ ରେ

 ବୋଲ ଜୟ ଜୟ ରାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational