STORYMIRROR

Ranjan Kumar Brahma

Abstract

2  

Ranjan Kumar Brahma

Abstract

ଖା' ମୋ ରାଣ

ଖା' ମୋ ରାଣ

1 min
3.0K

ଧନ

ମୋ ମୁଣ୍ଡର ବୋଝ 

କମି କମି ଯାଏ 

ଯେବେ ରହୁ ତୁହି

ମୋ କାଖ ଆଖ ପାଖରେ


ଲୋଡି ହେଲା ବେଳେ

ଯେବେ ନ ପାଇବି

ଲାଜେଇ ମରିବି

ଝୁରି ବୋଝ ତୋତେ ରେ


ଶ୍ରୀଚନ୍ଦନ ସମ

ମୋ ତାପ ନାଶୁଛୁ

ରଖିବୁ ମା'ର ମାନ ସମ୍ମାନ


ଅନ୍ଧର ଲଉଡି 

ସାଜି ଦିନ ନେବୁ

ହେଜି ମୋର ସବୁ ଯତନ


ମାଆ ବୋଲି ମଣି 

ସମଗ୍ର ଜାତିକୁ 

ଆକଟ କରିବୁ ଏପରି ତୁହି


ସମସ୍ତ କ୍ଷିତିକୁ

ଯେପରି ପାଳିଛି

ହୃଦୟ ଅମୃତ ଶକତି ଦେଇ


Rate this content
Log in

Similar oriya poem from Abstract