STORYMIRROR

Ranjan Kumar Brahma

Classics

3  

Ranjan Kumar Brahma

Classics

ଖା ମୋ ରାଣ

ଖା ମୋ ରାଣ

1 min
213

** ଖା' ମୋ ରାଣ **


ଧନ !

ମୋ ମୁଣ୍ଡର ବୋଝ 

କମି କମି ଯାଏ 

ଯେବେ ରହୁ ତୁହି

ମୋ କାଖ ଆଖ ପାଖରେ


ଲୋଡି ହେଲା ବେଳେ

ଯେବେ ନ ପାଇବି

ଲାଜେଇ ମରିବି

ଝୁରି ବୋଝ ତୋତେ ରେ


ଶ୍ରୀଚନ୍ଦନ ସମ

ମୋ ତାପ ନାଶୁଛୁ

ରଖିବୁ ମା'ର ମାନ ସମ୍ମାନ


ଅନ୍ଧର ଲଉଡି 

ସାଜି ଦିନ ନେବୁ

ହେଜି ମୋର ସବୁ ଯତନ


ମାଆ ବୋଲି ମଣି 

ସମଗ୍ର ଜାତିକୁ 

ଆକଟ କରିବୁ ଏପରି ତୁହି


ସମସ୍ତ କ୍ଷିତିକୁ

ଏପରି ପାଳିଛି

ହୃଦୟ ଅମୃତ ଶକତି ଦେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics