STORYMIRROR

pranati Mahapatra

Abstract

3  

pranati Mahapatra

Abstract

କହ କିଆଁ ଆଜି ନୀରବ

କହ କିଆଁ ଆଜି ନୀରବ

1 min
11.7K

ବଡ଼ ଦେଉଳର ହେ ବଡ଼ଠାକୁର

କହ କିଆଁ ଆଜି ନୀରବ,

ଶ୍ରୀମନ୍ଦିରେ ଥାଇ ଲୁହ ତୁ ଢାଳିଲେ

ତୋ ଲୁହ କିଏ ବା ଦେଖିବ।

ବଡ଼ ଦେଉଳର...

ହାତ ପାଦ ସିନା ନାହିଁ ତୋର ହେଲେ

ସବୁ ତୁ କରୁ ମୁଁ ଜାଣେ,

ତୋ ପରି ଠାକୁର ଏ ବିଶ୍ଵବ୍ରହ୍ମାଣ୍ଡେ

ଅଛି କି ଆଉ କେ ଜଣେ,

ତୋ ଦାନ ଯଦି ଏ ମହାମାରୀ ଅଟେ

କିଏବା କଣ କରିବ।

ବଡ଼ଦେଉଳର...

କେତେ ମହାବାତ୍ୟା ମହାବିପତ୍ତିରୁ

ଜଗତକୁ ରକ୍ଷାକରୁ,

ତୋହରି ଆଜ୍ଞାରେ ହୋଇଯାଏ ପ୍ରଭୁ

ଦୂବଘାସ ଏଠି ଦାରୁ।

ଲୀଳାମୟ ପ୍ରଭୁ ତୋର ଲୀଳା ଖେଳା

ଜଗତ ନିଶ୍ଚେ ଦେଖିବ।

ବଡ଼ଦେଉଳର ହେ ବଡ଼ଠାକୁର

କହ କିଆଁ ଆଜି ନୀରବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract