STORYMIRROR

Dhaneswar Dash

Inspirational

4  

Dhaneswar Dash

Inspirational

କେଉଁଦିନ ବୁଦ୍ଧି ହେବ ଉଦ୍ରେକ

କେଉଁଦିନ ବୁଦ୍ଧି ହେବ ଉଦ୍ରେକ

1 min
159

ଆମେ ପରା ଏବେ ବିକାଉ ହେଲେଣି

ଅଧିକାର କଥା କିଏ ଦେଖୁଛି

ପେଟରେ ଗଣ୍ଡିଏ ଦାନା ପଡିଗଲେ

କିଏ ଅବା କାହାକୁ ପଚାରୁଛି ।


ରିଲିଫ୍ ଚାଉଳ ଯୋଗାଇ ଦିଅନ୍ତି

ଅଭାବୀ ହେଉ ବା ଭାବରେ ଥାଉ

ତାଙ୍କ ଗୁଣଗାନ ନ କରିବେ କିଆଁ

ଭୋଟ୍ ଖଣ୍ଡକ ତାଙ୍କୁ ହିଁ ଯାଉ ।


ବିଚାର ଶକ୍ତି ତ ଲୋପ ପାଇଲାଣି

ବିଚାରକ ହେଲେ ପଇସାଖୋର 

ମୁଣ୍ଡକୁ ନୁଆଁଇ ହଁ ଭରିବାଟା

ବ୍ଯତୀତ ଆଉ କି ଅଛି ଉତ୍ତର।


ଜୀବନଟା ଏଠି ଦାଦନ ଖଟୁଛି

ଅବିବେକ ପଣେ ଗଣତି ହୋଇ

ନିଜ ଇଚ୍ଛାଶକ୍ତି ଲୋପ ପାଇଲାଣି

ପର ବୁଦ୍ଧିର ଯେ ଆଶ୍ରୟ ନେଇ।


ଇଂରେଜ ଗୋଲାମ ରଖୁଥିଲେ ପୂର୍ବେ

ସ୍ବଧୀନରେ ପରେ ଗୋଲାମ ପଣେ

ଖଟିବା ହେଉଛି ମନ ମାରିଦେଇ

ନାହିଁ ତ ପଡିବା ହରଡଘଣେ।


ବିବେକ ବିଚାର ଖଟାଇ ପାରିଲେ

ଏପରି କାହିଁକି ହୁଅନ୍ତା ଆଜି

ନ୍ଯାୟ ପଥ ଛାଡି ଅନ୍ଯାୟ ପଥରେ 

କାହିଁକି ହେ କୁହ ହେଉଛେ ରାଜି।


ପାଠ ପଢି ଯଦି ବୁଦ୍ଧି ନ ଆସିଲା

ଚାକିରି ପାଇଁ କି ପଢୁଛି ପାଠ ?

କେଉଁଦିନ ଆଉ ସୁଦିନ ଆସିବ

କେଉଁଦିନ ବୁଦ୍ଧି ହେବ ଉଦ୍ରେକ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational