STORYMIRROR

Tapaswini DashSarangi

Abstract

3  

Tapaswini DashSarangi

Abstract

କେତେ ନୀରବ ତୁମ ନୀରବତା

କେତେ ନୀରବ ତୁମ ନୀରବତା

1 min
368

କେତେ ନୀରବ ତୁମ ନୀରବତା

ତା'ର ଗଭୀରତା ଆଉ ମୋ ମନର ଅସ୍ଥିରତା

ଏ ଦୁହିଁଙ୍କୁ କେମିତି ତଉଲ କରି ହେବ?

ହଁ ତୁମେ ନୀରବି ଗଲେ ମୁଁ ବି ନୀରବ ହୋଇଯାଏ

ତୁମେ ନୀରବି ଗଲେ ମୋ ହୃଦୟ ନୀରବ ହୋଇଯାଏ

ଆଉ ତୁମେ ନୀରବି ଗଲେ ମୋ କଲମ ବି ନୀରବ ହୋଇଯାଏ।

ସତରେ ସାଥୀ

ତୁମେ ତ ନୀରବ ହୁଅ ହେଲେ

ମୋତେ ବନାଇ ଦିଅ ଏକ ନିର୍ଜୀବ ବସ୍ତୁ

ତୁମେ ତ ନୀରବ ହୁଅ ହେଲେ

ମୋତେ ବନାଇ ଦିଅ ଚେତନାଶୂନ୍ୟ

ତୁମେ ତ ନୀରବ ହୁଅ ହେଲେ

ମୋ ହୃଦୟ ବି ଚାଲେ ହେଲେ ବିନା ସ୍ପନ୍ଦନରେ।

ତୁମ ନୀରବତାର ପରିମାପ କରିବାକୁ ହେଲେ

ହୁଏତ ମୋତେ ଆଉ ଏକ ଜନ୍ମ ଲୋଡା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract