STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

କେଶୁଦାସ

କେଶୁଦାସ

1 min
199


କି ଧାତୁରେ ଗଢ଼ା ତୁମ ତନୁମନ

ତୁମେ ଆହେ କେଶୁ ଦାସ,

ଚାଲି ବାଣୀ ଠାଣି କେଶ ଓ ଚାହାଣୀ 

ନିଶ ପୁଣି ତୁମ ଦାଢି।


ସାରା କଳା ତୁମ ଝୁଲାରେ ପୁରାଇ

ନ ଥକି ବାଣ୍ଟି ଚାଲ,

ନିଆରା ଢଙ୍ଗରେ ନିଶ ସାଉଁଳେଇ

ଚିତ୍ର ସବୁ ଆଙ୍କି ଚାଲ।


ଏ ପାଖେ କଣ୍ଢେଇ ସେପାଖେ କଙ୍କଡା

ଧରି ତ୍ରିବେଣୀରେ ସ୍ନାନ,

ଦେହ ସାରା ଝୋଟି ଚିତା ଆଙ୍କି ଆଙ୍କି

ନବ ମାତୃକା ପୂଜିଲ।


ସବୁ ମଧ୍ୟେ ପ୍ରେମ ପ୍ରଣତି ଶଦ୍ଦକୁ

ପ୍ରଣତିକୁ ଆସି ନେଇ,

ସାହିତ୍ୟିକ କବି ବନ୍ଧୁ ପରିବାରରେ

ତୁମ ପ୍ରତିଭାରେ ଗଲେ ନଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational