STORYMIRROR

Amulya Kumar Nayak

Romance

4  

Amulya Kumar Nayak

Romance

କେମିତିକା ତମେ ନୂଆବଉ

କେମିତିକା ତମେ ନୂଆବଉ

1 min
192


କେମିତିକା ତମେ ନୂଆବଉ !

   ଦିଅରଟା ତମ ଉପାସ ରହିଛି

   ତମେ ଖାଉଅଛ ଗାଉଁ ଗାଉଁ ।।


କେମିତିକା ତମେ ନୂଆବଉ !

   ନୂଆ ନୂଆ ଚିଜ ବାଙ୍କୁସେ ଆଣିଛ

   ନ ଦେଖିଲେ ମନ ହାଉଁପାଉଁ ।।


କେମିତିକା ତମେ ନୂଆବଉ !

    ଚାରିହାତ ମାପ ଓଢଣା ଟାଣିଛ

    ଭୁଆଶୁଣି ପଣେ କେତେ ଭାଉ ।।


କେମିତିକା ତମେ ନୂଆବଉ !

    ଭାଇଙ୍କ କାନରେ ଫୁସୁଫୁସୁ କୁହ

    ଆମେ ପଚାରିଲେ କାଉଁ କାଉଁ ।।


କେମିତିକା ତମେ ନୂଆବଉ !

   ପାଦ ଥାପି ଥାପି ବାଟ ଚାଲୁଅଛ

   ସତେ କି ଓଡିଆ ଘର ବୋହୁ ।।


କେମିତିକା ତମେ ନୂଆବଉ !

   ନୂଆ ନୂଆ ଭାରି ଲାଜେଇ ଯାଉଛ

   ହୋଇଲେ ପୁରୁଣା ବଢେ ଭାଉ ।।


କେମିତିକା ତମେ ନୂଆବଉ !

   ଭାଇନା ଆସିଲେ କହିଦେବି ସବୁ

    ଶନିବାର ଟିକେ ଆସିଯାଉ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance