STORYMIRROR

subrat kumar jena

Tragedy

3  

subrat kumar jena

Tragedy

କେମିତି ଲେଖିବି ମୁଁ

କେମିତି ଲେଖିବି ମୁଁ

1 min
212

କେମିତିଲେଖିବି 

ବିତି ଯାଇଥିବା ଫଗୁଣର କଥାକୁ,

ପୁଣି ଆଉଥରେ,

ଭାବନା ବାରମ୍ବାର ହଜୁଥିଲା,

ସେଇ ଫଗୁଣ ପାଇଁ,

ତୁମେ ଆସିବ ଆସିବ ବୋଲି କହିଥିଲ,

ତୁମ ଲାଗି ଆମ୍ବଚଣାର ବାସ୍ନା ମହାକିଥିଲା,

ପ୍ରେମରେ ଭିଯାଇଥିଲା ମୋତେ ଫଗୁଣ,

ରଙ୍ଗ ବେରଙ୍ଗର ଅଭିରରେ ରଙ୍ଗେଇ ।


କେମିତି ଲେଖିବି ସେଇ ଅତୀତ କଥା,

କିଛି ଲୁହର ସାଗରରେ ଭରା,

କିଛି ଖୁସିର ମୁହୂର୍ତକୁ ବାନ୍ଧିବାର ବୃଥା ପ୍ରୟାସକୁ,

ବାଆଁରା ପକ୍ଷୀକୁ ମିଳିଯାଇଥିଲା,

ନୂଆ ଏକ ବସାର ସନ୍ଧାନ,

ଗପିବାକୁ ମିଳିଯାଇଥିଲା ସାଥିଟିଏ,

ଅନେକ ସ୍ବପ୍ନ ଦେଖିଲା ଦେଖାଇଲା,

ନା ହିସାବ ରହୁଥିଲା ଦିନର ନା ରାତିର ।


କେମିତି ଲେଖିବି ସେଇ ଅଭୁଲା ଗାଥା,

ତୁମେ ଜାଳିଥିଲ ମୋ ସ୍ବପ୍ନ ସହରକୁ,

ତୁମ ଏକଛତ୍ର ଶାସନର ଦ୍ୱାହି ଦେଇ,

ଅଶାନ୍ତ କରିଦେଇଥିଲ ମୋର ଶାନ୍ତ ଇଲାକାକୁ,

ଓଃ....ଅନେକ ଯନ୍ତ୍ରଣା ଜର୍ଜରିତ ସେଇ ଇତିହାସ,

ପୃଷ୍ଠଭୂମିପରେ ଖାଲି ରକ୍ତ ନଦୀର ଧାରା ପ୍ରବାହିତ,

ଯାହାର ଫଳ ସ୍ୱରୂପ ,

କୋଉଠି ଧର୍ମାଶୋକରୁ ଚଣ୍ଡାଶୋକ,

କେଉଁଠି ପୁଣି ଚଣ୍ଡାଶୋକରୁ ଧର୍ମାଶୋକ,

ସାକ୍ଷୀ ଆଜିଯାଏ ସେଇ ଶାନ୍ତି ସ୍ତୁପ ଧଉଳିର କଥା ।


କେମିତି ଲେଖିବି ମୁଁ.....

ତୁମର ପ୍ରତିଟି ଅନୁଭୁତିର କାହାଣୀକୁ....ମୋର ଅନୁଭବକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy