Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Tragedy

4  

Maheswar sahoo

Tragedy

କେମିତି ବଞ୍ଚିବୁ

କେମିତି ବଞ୍ଚିବୁ

1 min
296



ବଞ୍ଚିବାକୁ ରାହା,    ଦିଅ ସରକାର,

   ଦେଢ଼ ଶ' ହେଲା ପିଆଜ ।

ଡାଲି ତେଲ ଲୁଣ, ହୋଇଲା ମହଙ୍ଗା,

    ବଞ୍ଚିବୁ କି ପିଇ ପେଜ ।।

ବନ୍ୟାବାତ୍ୟା କାଳ, ହୁଏ ଆମ ପାଇଁ,

    ଉଜୁଡି ଯାଏ ଫସଲ ।

ଦରଦାମ ବଢେ, ବନ୍ୟାବାତ୍ୟା ପାଇଁ,

    ହେଉ ଅଛୁ କଲ ବଲ ।।

ଚାଷୀ କୁଳ ଦୁଃଖ,  ବୁଝୁଅଛ ତୁମେ,

   କାଳିଆ ଯୋଜନା କରି ।

ଦର ଦାମ ପାଇଁ,  କାତର ନ ହୋଇ,

    ରୁହ ଆସନ ଆବୋରି ।।

ଯାହା ଦେଉ ଅଛ,  ନିଜ ସ୍ୱାର୍ଥ ପାଇଁ,

     ବୁଝୁ ନାହଁ ଆମ କଥା ।

କୁଜି ନେତା ସାଜେ, ନାଗରିକ କଣ୍ଟା,

    ଲାଞ୍ଚ ଖାଇ ଦିଏ ବ୍ୟଥା ।।

ଗରିବ ପାଏନା,   ନିଜ ହକ୍ ଦ୍ରବ୍ୟ,

    ଲାଞ୍ଚ ଦେଇ ନିଏ ଧନୀ ।

କୁଜିନେତା ସାଜେ, ଶାର୍ଦୁଳ ମାର୍ଜlର,

    କରି ଦେଇ ହୀନିମାନି ।।

ଦୁର୍ବଳ ଉପରେ,   ସବଳର ଚାଲେ,

    ନାନା ବିଧ ଅତ୍ୟାଚାର ।

ମନ ମୁଖୀ ହୁଏ,  କୁଜି ନେତା ଏଠି,

    ଅଧର୍ମେ ହୁଏ ବିଚାର ।।

ଥାନା ନ୍ୟାୟାଳୟ,ହାତରେ ତାଙ୍କର,

    ଦୋଷୀକୁ ମିଳେନା ଦଣ୍ଡ ।

ଅଧର୍ମର ଜୟ,  ହୁଏ ନ୍ୟାୟାଳୟେ,

   ସତ୍ୟ ଖୋଜେ ବଡ଼ଦାଣ୍ଡ ।।

ମତଦାନ ପାଇଁ,  ହାତ ଯୋଡ଼ି ଥିଲ,

    ଜନତା କରିଲେ ନେତା ।

ଜନତାର ସେବା,  ତୁମରି କର୍ତ୍ତବ୍ୟ,

   କର୍ତ୍ତବ୍ୟରେ ରଖ ଚେତା ।।

ଖୁସିରେ ଶ୍ରଦ୍ଧାରେ,  ବଞ୍ଚିବାକୁ ଦିଅ,

    ଜନତାଙ୍କୁ ଦୁନିଆରେ ।

ସମ୍ମାନ ପାଇବ,   ମହାନ ହୋଇବ,

    ସଦା ଥିବ ଆସନରେ ।।



Rate this content
Log in

Similar oriya poem from Tragedy