STORYMIRROR

Bijay Prusty

Fantasy

4  

Bijay Prusty

Fantasy

କେମିତି ବଞ୍ଚିବି କୁହ

କେମିତି ବଞ୍ଚିବି କୁହ

1 min
297


ଦାରିଦ୍ର୍ୟର ଯେତେ ତାଡନ ପୀଡନ

ଭୋକିଲା ପେଟର ଯାତନା କଷଣ

ସହିଯାଏ ବାଧ୍ୟହୋଇ

ଭୋକ ସହି ସହି ପଥର ମୋ ଦେହ

ଭୋକିଲା ଲୋକକୁ ସୋହାଗ ସେନେହ

ତୁମେ ପାରନାହିଁ ଦେଇ I


ରକ୍ତ ପାଣିକରି ଦିନ ରାତି ଖଟେ

ତୁମକୁ ବସାଏ ସୁରମ୍ୟ ଉଆସେ

ଆଶା କରେନାହିଁ କିଛି

ଦୁଇଓଳି ଖାଲି ଦୁଇମୁଠା ଭାତ

ଯୋଗାଡି ପାରେନି ମୋର ଦୁଇହାତ

ବିଶ୍ରାମ ପାଇଁ ରାସ୍ତାକଡ ମୋର ଅଛି I


ପାଏନି ଔଷଧ ମୋ ରୋଗିଣା ମାଆ

ମୋ ପିଲା ଖୋଜନ୍ତି ଜୀଇଁବାର ରାହା

ଯେତେବେଳେ ମୁଁ ହତାସ ହେଇଛି

କେମିତି ବଞ୍ଚିବି ବାଟ ମୁଁ ଖୋଜୁଛି

ଆଖିକୋଣେ ମୋର 

ଖାଲି ଅସରନ୍ତି ଲୁହ ଆଉ ଲୁହ

କେମିତି ବଞ୍ଚିବି କେହିହେଲେ ଥରେ କୁହ I

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy