STORYMIRROR

PUSPALATA SAHOO

Abstract

3  

PUSPALATA SAHOO

Abstract

କେଡେ ସୁନ୍ଦରହେବ

କେଡେ ସୁନ୍ଦରହେବ

1 min
380

ଆକାଶ ଦେଶେ ସୁରୁଜ ହସେ

ଶକତି ତାର କେତେବିକସେ

ସେଇ ଶକତି ନେଇରେ ଆମେ

ଲଗାଇ ଦେବା ବିବିଧ କାମେ

କେଡେ ସୁନ୍ଦର ହେବ

ବିଜୁଳି ଶକ୍ତି ସଞ୍ଚୟ କଲେ ଅଭାବ ଦୂର ହେବ

ସାଗରେ କେତେ ଲହରୀ ମାଳ

ତହିଁରେ ଅଛି ଅମାପ ଜଳ

ଜଳକୁ ଆମେ ଜୀବନ ମଣି

ସଞ୍ଚିବା ନାନା ପ୍ରକାରେ ପୁଣି

କେଡ଼େ ସୁନ୍ଦର ହେବ

ଜୀବଜଗତ ପାଇଁ କି ତାହା ଉପଯୋଗ ତ ହେବ

ଗୋଟିକି ଗୋଟି ଗଛ କୁ ନେଇ

ଜଙ୍ଗଲ ହୋଇଛିଆମରି ପାଇଁ

ଜୀଵ ଜନ୍ତୁ ଙ୍କର ସେ ବାସସ୍ଥାନ

ଯୋଗାଏ ଆମକୁଅମ୍ଳଜାନ

କେଡେ ସୁନ୍ଦର ହେବ

ଗଛ ଲଗାଇ ଯତନ କଲେ ଧରା ବଦଳି ଯିବ

ଆମ ଚାରିପାଖେ ଯେତେ ଜିନିଷ

ପ୍ଲାଷ୍ଟିକ ଅଟେ ସବୁଠୁଁ ବିଷ

ପରିବେଶ ସୁସ୍ଥ ରହିବାପାଇଁ

ନିଜ ଜୀବନଠୁଁ ଦେବା ଦୁରେଇ

କେଡ଼େ ସୁନ୍ଦର ହେବ

ସ୍ୱଚ୍ଛ ରହିବ ପରିବେଶ ଆମ ଜଗତ ହସି ଉଠିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract