STORYMIRROR

Jayashree Maharana

Action Others

3  

Jayashree Maharana

Action Others

କେଡେ ନିରିବୋଧ ମଣିଷ

କେଡେ ନିରିବୋଧ ମଣିଷ

1 min
11.7K

କେଡେ ନିରିବୋଧ ମଣିଷ 

ନାହିଁ ବିଚାର ଶକ୍ତି

ଯନ୍ତ୍ରଯୁଗ ଗଢି ତୋଳିଛି

ଗର୍ବେ ଫୁଲାଇ ଛାତି ।


ବିକାଶ ପଥରେ ଆଗେଇ

ଗଢି ନାନାଦି ଶିଳ୍ପ

ପରିବେଶ କଥା ମନରେ

କାହିଁ ଭାବୁନି ସ୍ୱଳ୍ପ ।


କଳକାରଖାନା ନିର୍ଗତ

କେତେ ଦୂଷିତ ବାଷ୍ପ

ପ୍ରକୃତିର ରୂପ ବିବର୍ଣ୍ଣ

ସତେ ପାଉଛି ଶାପ ।


ବାୟୁ ପ୍ରଦୂଷଣ କୁଫଳ

ଖଞ୍ଜା ମଣିଷ ପାଇଁ

ବଢୁଛି ଉତ୍ତାପ ଦେଶରେ

ଟିକେ ଶୋଚନା ନାହିଁ ।


ଶ୍ୱାସକ୍ରିୟା ପାଇଁ ମିଳୁନି

ଜମା ନିର୍ମଳ ବାୟୁ

ନାନା ରୋଗ ସୃଷ୍ଟି ହେଉଛି

ସହି ହେଉନି ଦାଉ ।


ଗଛ କାଟି ପଦା କଲେଣି

ନିଜ ସୁଖ ନିମନ୍ତେ

ଗଛ ବିନା ବାୟୁ ନିର୍ମଳ

କୁହ ହେବ କେମନ୍ତେ ?


ବେଳ ଥାଉ ଥାଉ ସଜାଗ

ହେବା ବୁଦ୍ଧି ବଳରେ

ଦୂଷିତ ବାୟୁକୁ ଶୋଧନ

କରିଦେବା ନିଶ୍ଚରେ ।


ବିଜ୍ଞାନ ଜ୍ଞାନର ବହୁଳ

ବ୍ୟବହାର କରିବା

ପରିବେଶ ପ୍ରତି କଠୋର

କେବେ ନ ହୋଇବା ।


ସୁସ୍ଥ ପରିବେଶ ରହିଲେ

ସୁସ୍ଥ ରହିବା ଆମେ

ସୁଖ ଶାନ୍ତି ଲଭି ଦୀର୍ଘାୟୁ

ହେବ ଏ ଧରାଧାମେ ।



Rate this content
Log in

Similar oriya poem from Action