STORYMIRROR

କଳ୍ପନା ରାୟ

Tragedy Others

3  

କଳ୍ପନା ରାୟ

Tragedy Others

କେଡେ ଦୁଃଖ ଆଜି ପଡ଼ିଛି ରେ

କେଡେ ଦୁଃଖ ଆଜି ପଡ଼ିଛି ରେ

1 min
212


କେଡେ ଦୁଃଖ ଆଜି ପଡ଼ିଛି ରେ

ମଣିଷ ଯା ପାଇଁ ଖୋଜୁଥିଲା ପୁଅ

ସବୁ ଆଜି ଅଲୋଡା ହୋଇଛି ରେ

   ‌ କାଳିଆ ତୁ କ'ଣ ଦେଖୁନୁ ରେ.…...


ମଣିଷ ଲୁହ ମଣିଷ ପୋଛୁନିରେ

ପୋଛିବା କଥା ଦୂରେ ଥାଉ ଭାଇ

ଲୁହ ଦେଖିବାକୁ ଯାଇ ପାରୁନି ରେ

     କେଡେ ଦୁଃଖ ଆଜି ପଡ଼ିଛି ରେ......

     କାଳିଆ ତୁ କ'ଣ ଦେଖୁନୁ ରେ ......


ଭାଇ ବନ୍ଧୁ ସାଇପଡିଶା ଆଜି ନାହିଁ ରେ

ନିଜ ଲୁହ ପାଇଁ ହାତ ପିଠି ଅଛି

ପୁଅ ସ୍ତ୍ରୀ ପାଖ ମାଗିବା ମନାରେ

 ‌‍‌ କେଡେ ଦୁଃଖ ଆଜି ପଡ଼ିଛି ରେ........

    କାଳିଆ ତୁ କ'ଣ ଦେଖୁନୁ ରେ ........


ଛଅ ଖଣ୍ଡ ବାଉଁଶ ମଣିଷ ପାଇଁ ନାହିଁ ରେ

ରାମନାମସତ୍ୟ, ହରିନାମସତ୍ୟ ଶୁଭୁନିରେ

ସରକାରୀ ଗାଡ଼ି ଲୁଚେଇ ଶଵ ପୋଡ଼ୁଛିରେ

   କେଡେ ଦୁଃଖ ଆଜି ପଡ଼ିଛି ରେ.........

   କାଳିଆ ତୁ କ'ଣ ଦେଖୁନୁ ରେ ..........


କାନ୍ଦ ବୋବାଳି ଆଉ ବାହାରକୁ ଶୁଭୁନି ରେ

ମହାମାରୀ ଭୟେ ଅଣସୁଦ୍ଧିଆ କବାଟ ଖୋଲୁନି

ସୁଦ୍ଧି ହେବା ଦୁଃଖ ଶବ୍ଦତରଙ୍ଗ ପବନେ ମିଶୁନିରେ

   କେଡେ ଦୁଃଖ ଆଜି ପଡ଼ିଛି ରେ ...........

    କାଳିଆ ତୁ କ'ଣ ଦେଖୁନୁ ରେ ..........


ଜାଣି ନ ଥିବା ଜାଗାରେ ଶେଷକୃତ୍ୟ ସମ୍ପନ୍ନ

ବିନା ପୁଅ ଆଉ ମୁଖାଗ୍ନି ରେ ସରୁଛି ରେ

ଗାଁ ମଶାଣି ଆଜି ଶୁନଶାନ୍ ଲାଗୁଛି ରେ

  କେଡେ ଦୁଃଖ ଆଜି ପଡ଼ିଛି ରେ............

  କାଳିଆ ତୁ କ'ଣ ଦେଖୁନୁ ରେ ...........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Tragedy