STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

କେବଳ_କବିତା

କେବଳ_କବିତା

1 min
13.1K


ମୋ ଦୀର୍ଘଶ୍ଵାସରେ ସ୍ପନ୍ଦିତ ହୁଏ ଶବ୍ଦ

ମୋ ଉଷୁମ ଲୁହରେ ଓଦା ହୁଏ ନିଦ

ଏବେଳେ ତମେ କହୁଛ କ'ଣ ନା

କେମିତି ଲେଖିଲି ମୁଁ କବିତା ?

ଗୁରୁବାର ମାଣବସା ଦିନ

ଖୁବ୍ ମନ ଦେଇ ଆଙ୍କିଥିଲି ଝୋଟି

କାଗଜ ଟୁକୁଡ଼ାରେ ଦିନେ

ଲେଖିଥିଲି ମୁଁ ପ୍ରଥମ ପ୍ରେମର ଚିଠି

କ'ଣ ହେଲା ?

ରାତି ସରିଲାନି କି ସାଥୀ ମିଳିଲାନି

ପକ୍ଷେ ମରି ପକ୍ଷେ ବଞ୍ଚି

ବୋଲାଇ ହେଲାନି ବି ପ୍ରେମରେ ମୁଁ ଦୀକ୍ଷିତା ।

ମୋ ବାଷ୍ପରୁଦ୍ଧ କଣ୍ଠରେ

ଗୁଣୁ ଗୁଣୁ ଗୀତ ଗାଏ ବିଷାଦେ ଚଇତି

ମୋ ନକଲି ନାଲି ହସରେ

ନୀଳ ଆଖି ନାଚିଉଠେ, ନାଚୁଥିଲା ଆଖି

ଏବେଳେ ତମେ କହୁଛ କ'ଣ ନା

କେମିତି ଲେଖିଲି ମୁଁ କବିତା ?

ହ୍ୟାଙ୍ଗର୍ ରେ ଟାଙ୍ଗିଦିଏ ସ୍ଵାଭିମାନକୁ ମୁଁ ନିଇତି

କୁକର୍ ରେ ସିଟି ମାରେ ଅଭିମାନକୁ ସାଇତି ସାଇତି

କ୍ଲିପ୍ ମାରିବା ଭୁଲିଯାଏ କି କୁକର୍ ଖୋଲିବା, କେଜାଣି

ମିଠା ଜୀବନଟା କିନ୍ତୁ ମୋର

ହେଇଯାଏ ପୁରା ପିତା...ହଁ ମ'

ତୁମ ଭାଷାରେ କେବଳ ଗୋଟିଏ କବିତା !!!


Rate this content
Log in

Similar oriya poem from Romance