STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

କେବେ ଯଦି ହୁଏ ଦେଖା

କେବେ ଯଦି ହୁଏ ଦେଖା

1 min
384


ସଖା କେବେ ଯଦି ହୁଏ ଦେଖା

ମନେପଡ଼ିବକି ଆମ ସେ ପ୍ରଥମ ଦେଖା

ନଈ ପଠାରେ ସଞ୍ଜ ନଇଁଲା ପରେ

କୁହୁ କୁହୁ ତାନେ ଗାଉଥିଲା କୋଇଲି

ନିରୋଳା ମୁହୂର୍ତ୍ତ ଶୀତର ସନ୍ତପ୍ତ କାଳେ

ସୁନେଲି ସକାଳେ ସୂର୍ଯ୍ୟ ଉଦୟ ବେଳେ

ଭାଗ୍ୟରେ ଯା ଲେଖା ନେଇଥିଲେ ଦୀକ୍ଷା

ସେଵା ଧର୍ମ କର୍ମେ ସାଥିରେ ବୁଲାଇ ଚରଖା

ଦୁଇ ପକ୍ଷ ପରେ ପୁନେଇଁ ରାତିରେ

କଥା ଥିଲା ହେବ ପୁଣି ଦେଖା

ମନର ମୟୂରୀ ଆଜି ଗୀତ ଗାଇ

କହେ ସେ ସେଇ ଚିତ୍ରଲେଖା ସୁଲେଖା

 ଅଧା ସାଧା ସିଧା ରାଧା ଅଭିମାନ ବୁଝ ସଖା

କରନାହିଁ ଅଣଦେଖା ନକର ଭାଗ୍ୟରେଖା

ଫେରିଆସ ସଖା ଜୀବନେ ଆଉଥରେ ଦିଅ ଦେଖା

ଯମୁନା ଉଛୁଳୁ ନଈଟିଏ ସିଏ

 ପିନ୍ଧି କୁହୁକିନୀ ବୁର୍ଖା

ପଞ୍ଚମ ତାନରେ ରାଗ ଓ ରାଗିଣୀ କୁହୁ ପରି ଡକା

ଆଜିବି ସାଜିଛି ଚକୋରୀ ମୟୂରୀ ନଦିଅ ପଛେ ଦେଖା

କେବେ ହେବ ଦେଖା ତୁମ ପ୍ରୀତିଲେଖା

ନିଜେ ଲେଖୁଛି ନିଜ ଅଭିଲେଖ ଲେଖା

ଭରସା ବିଶ୍ୱାସ ରହିଛି ନୀଳକଇଁ ପରି

ଜହ୍ନ ସାଥେ ହେବ ଦିନେ ଦେଖା

କଥାରେ ଚାତୁରୀ ଭିତରେ ମହୁରୀ

କା ନାମେ ବାଜୁଛି ଦେଖା

ଅଭିସନ୍ଧି ନାହିଁ କିଛି ମାଗେନା ତୁମ ସୁଲେଖା

ପ୍ରୀତିପର୍ଣ୍ଣା ବୋଲି କହିଦିଅ ଆଉଥରେ

ଫେରିଯିବି ସଖା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract