STORYMIRROR

Sunanda Mohanty

Abstract Others

4  

Sunanda Mohanty

Abstract Others

କେବେ ପଚାରିନଥିବା ପ୍ରଶ୍ନ

କେବେ ପଚାରିନଥିବା ପ୍ରଶ୍ନ

1 min
239


କେବେ ପଚାରିନଥିବା ପ୍ରଶ୍ନ

ଆଜି ତୁମକୁ ପଚାରେ ଜହ୍ନ

ସତ କୁହ ନୀଳକଇଁର ରାଣ 

କେବେ ପଚାରିନଥିବା ପ୍ରଶ୍ନ

ତାରା ମେଳେ ରୁହ କାହିଁ ଆମରଣ?

କେବେ ପଚାରିନଥିବା ପ୍ରଶ୍ନ

ଆଜି ତୁମକୁ ପଚାରେ ନଦୀ

କୁଆଡେ ଧାଉଁଛୁ ଆନମନା ଏତେ

ସମୁଦ୍ରକୁ ମନ ଦେଇଛୁ କହିବୁ କି ମତେ

କେବେ ପଚାରିନଥିବା ପ୍ରଶ୍ନ

ପାଳୁଛୁକି ଆକାଶ ଆଜି ଜନ୍ମଦିନ

ସେପାଇଁ ବରଷା ବରଷେ

ଆକାଶ ଉଆସେ ରୋଷଣୀ ହରଷେ

ବିଜୁଳି ପରଶେ ଅମାଵାସ୍ୟା ଆସେ

ପକ୍ଷକରେ ପନ୍ଦର ଦିନ କୁଆଡେ ଯାଏ ଜହ୍ନ

କେବେ ପଚାରିନଥିବା ପ୍ରଶ୍ନ

ପଚାରୁଛି ଆଜି କହିବୁକି ମଳଜହ୍ନ

ଏତେ ଉଦାସ କାହିଁକି ହେଲୁ ମଳିନ

ମୌସୁମୀ ପରଶେ ପୁଣି ହରଷେ

ଆସିବୁକି ସବୁଦିନ ଦେଖିବି ପୂର୍ଣ୍ଣମୀ ଜହ୍ନ

କେବେ ପଚାରିନଥିବା ପ୍ରଶ୍ନ

ସବୁଦିନ ନାହିଁ ଚାନ୍ଦିନୀ ରାତି

ସବୁଦିନ ନାହିଁ ଭାବ ପୀରତି

କୁଆଡେ ଯାଏ ସେ ମନ

ଡାମରା କାଉଟା ନେଇଗଲା ବୋଲି

ଖୋଜିଲେ ମିଳେନା ପିଲାଦିନ

ହାତରେ ଖସୁନି ବି ଜହ୍ନମାମୁଁ ନାହିଁ ସେଦିନ

କେବେ ପଚାରିନଥିବା ପ୍ରଶ୍ନ

ନଈରେ ନାଉରୀ ନା ବାହିକରି

ଜଳରେ ଦେଖେ ତୋ ଚିହ୍ନ

କୋଉଠି ଥାଉ ତୋ ଠିକଣା କହ

ନଦୀ ତୋ ଦର୍ପଣ କାଚକେନ୍ଦୁ ପାଣି କି ଯୌବନ

କେବେ ପଚାରିନଥିବା ପ୍ରଶ୍ନ

କି ଗୁମର ତୁମର ଚକାଆଖି ଦୁଇ ଏତେ ଅଭିର୍ଣ୍ଣ

ହାତ ଗୋଡ଼ ନାହିଁ ରତ୍ନବେଦୀ ଯାଇ

କିସ ପକାଉଛ ମନ

ଯେତେକ ଦିବ୍ୟାଙ୍ଗ ସୃଷ୍ଟିରେ ତୁମର

ଆସୁ ତାଙ୍କ ଆଚ୍ଛାଦିନ ତୁମରି ସୃଷ୍ଟିର ଦାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract