STORYMIRROR

Dr.Soumya Ranjan Khatua

Drama Romance Fantasy

3  

Dr.Soumya Ranjan Khatua

Drama Romance Fantasy

କେବେ ମନ ଚୋରି କଲ କହିଦିଅ ଥରେ ? .

କେବେ ମନ ଚୋରି କଲ କହିଦିଅ ଥରେ ? .

1 min
234


ମନେ ପଡ଼େ ତୁମ କଥା ସକାଳରେ ,

ସକାଳ ଅଳସେ ଦିନର ପ୍ରଥମ ପରଶରେ ,

ପହିଲି ସୁରୁଜ ସୁନେଲୀ ସକାଳ କିରଣରେ ,

ମୋ ନାୟିକା ପୁଣି ତୁମେ ମୋ ପ୍ରୀତି ପ୍ରଣତୀରେ ।


ତୁମେ ମୋ ମନ ଅକୁହା କାହାଣୀରେ ,

ପୁଣି ମୋ ଆବେଗର ଗଭୀରତା ରେ ,

ମୋ ଜୀବନର ଅନେକ ସମ୍ଭାବନା ପ୍ରତିଶ୍ରୁତି ରେ ,

ହଁ ପ୍ରିୟେ ତୁମେ ବି ଆମ ମିଳନର ଅଭୁଲା ଝଲକର ସ୍ୱପ୍ନରେ ।


ଏ ଜୀବନ ଯୌବନର ସୁଦୀର୍ଘ ଅପେକ୍ଷାର ପ୍ରାପ୍ତି କି ତୁମେ ,

ତୁମେ ମୋ ଜୀବନ ଅନୁସନ୍ଧାନର ସୁନ୍ଦର ସନ୍ଧାନ କି ତୁମେ ,

ପୁଣି ମୋ ମାନ ଅଭିମାନର ବିରାଟ ସ୍ୱାଭିମାନ କି ତୁମେ ,

ପୁଣି ମୋ ଅଗଣାର ପ୍ରସ୍ଫୁଟିତ ଗୋଲାପ କଢିଟେ କି ତୁମେ ।


ନହେଲେ ହସ ଲୁହ ଛାଇ ଆଲୁଅ ପରି ତୁମ ଅବସ୍ଥିତି କିପରି ? ,

ମୋ ନିରାଶା ଜୀବନେ ଆଶାର ସ୍ୱପ୍ନ ରେ ତୁମେ ଯେ କିପରି ,

ମୋ ନିଦାଘ ଜୀବନ ପରର ମୌସୁମୀର ଚିହ୍ନ ପରି ,

ପୁଣି ତୁମେ ଆସ ଅମାବାସ୍ୟା ରାତିରେ ମିଞ୍ଜିମିଞ୍ଜି ଆଲୋକ ପରି ।


ମୁଁ ମୋ ଜୀବନର ଅଂଶ କରିଲ କେଉଁ ସମୟରେ ,

କେବେ ମନ ଚୋରି କଲ କହିଦିଅ ଥରେ ,

ହାତ ମୋର ଛାଡ଼ିବନି କଥା ଦିଅ ମତେ ଥରେ ,

ସୁଖେ ଦୁଃଖେ ରହିଥିବ ମୋର ପାଖରେ ପାଖରେ ।


Rate this content
Log in

Similar oriya poem from Drama