STORYMIRROR

Kabiratna Nutan Kumar Behera

Drama Classics Inspirational

3  

Kabiratna Nutan Kumar Behera

Drama Classics Inspirational

ମାଗିବାର ଥିଲା ଯାହା...

ମାଗିବାର ଥିଲା ଯାହା...

1 min
175


ମାଗିବାର ଥିଲା ଯାହା

       ମାଗି ମୁଁ ସାରିଛି ହେ ମହାପ୍ରଭୁ,

ପାଇବାର ଥିଲା ଯାହା

       ପାଇ ତ ସାରିଛ ହେ ମହାବାହୁ,

ତୁମର ଆଶିଷ ବିନା 

     ମୋ ଜୀବନେ ନାହିଁ କାମନା ଆଉ।

ଧନ ମାନ ଜ୍ଞାନ ଯଶ 

             ଅହଂ ଭରି ଦିଏ ମନେ,

ହସ ଖୁସି ସୁଖ ଶାନ୍ତି 

            ଗର୍ବ ଆଣେ ଏ ଜୀବନେ।

କାମିନୀ କାଞ୍ଚନ ମୋହ

             ରଖେ ନାହିଁ ଏକ ଧ୍ୟାନେ,

ବୃଥା ପାର୍ଥିବ ବିଳାସ

             ଯାଏ ତ ଅଢେଇ ଦିନେ।

ମାଗିବାର ଥିଲା ଯାହା

ତୁମରି କରୁଣା ବିନା

              କିଛି ନୁହେଁ ଚିରସ୍ଥାୟୀ,

ଚରଣେ ଶରଣ ଦିଅ

             ହେବି ମୁଁ ତୁମ ଆଶ୍ରୟୀ।

କୃପାକର କୃପାସିନ୍ଧୁ

              ତୁମକୁ ଥିବି ମୁଁ ଧ୍ୟାୟୀ,

କଣ୍ଠେ ସ୍ବର ଦିଅ ଭରି

               ଥିବି ତୁମ ଗୁଣ ଗାଇ।

ମାଗିବାର ଥିଲା ଯାହା.

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama