STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

ମନ ମନ୍ଦିର

ମନ ମନ୍ଦିର

1 min
171

      

ଭାବ ଭାବନାର ଚିନ୍ତା ଚେତନାର କଳ୍ପେ

ଏକ ପବିତ୍ର ପୁଣ୍ୟପୀଠ ପରି ଏ ମନ

ନିର୍ମଳ ନିର୍ବିକାରର ଅଦୃଶ୍ୟ ଅସୀମ ପରିସର

ସମୃଦ୍ଧଶାଳୀ ରୁଦ୍ଧିମନ୍ତ ହୋଇଥାଏ ଆପେ ଆପେ

ଆଧାରରେ ତାର ପରିବ୍ୟାପ୍ତ ହୁଏ ସତ୍ କାମନା

ଏ ଶରୀରର ପୁଣ୍ୟ କ୍ଷେତ୍ରରେ ମନ ମନ୍ଦିର

ସାଧନାର ପଥେ ଚାଲି ନିଷ୍ଠାର ସହିତ

ସମୂହ କଲ୍ୟାଣ ପାଇଁ କରେ ପୂଜା ଅର୍ଚ୍ଚନା

ହୃଦୟ କନ୍ଦରରୁ ଅନବରତ ଝରି ଆସୁଥାଏ

ଶ୍ରଦ୍ଧା ସ୍ନେହ ମମତା ଅନାବିଳ ଭଲ ପାଇବା

ମନ ମନ୍ଦିର ଅଟଇ ସ୍ଵଚ୍ଛ ସୁନ୍ଦର ଦିବ୍ୟ ଭବନ

ତାର ଆକର୍ଷଣରେ ଆକର୍ଷିତ ହୁଏ ଜୀବନ

ସଂସାରରେ ଗଢ଼େ ସେ ଶୁଭଙ୍କର ସୁସଂପର୍କ

ବିନିମୟ କରେ ତାର ଆନ୍ତରିକ ଶୁଭେଚ୍ଛା

ମନ ' ମ ' ଆଉ ' ନ ' ଦୁଇ ଅକ୍ଷରର ଏକ ଶବ୍ଦ

ପ୍ରକାଶେ ମଣିଷର ସକଳ ଆଶା ଆକାଂକ୍ଷା

' ମ ' ଶରୀର ' ନ ' ଆତ୍ମା ର ସ୍ଵରୂପ

ଶରୀର ଓ ଆତ୍ମା ମଧ୍ୟେ ମନ ପରିଚାଳକ

ନିରାକାରରୁ ଦେଇଥାଏ ଆକାରରେ ନିର୍ଦ୍ଦିଷ୍ଟ ରୂପ

ଜୀବନକୁ କରାଏ ସରସ ସୁନ୍ଦର ମଧୁମୟ

ଶ୍ରମ ସାଧନା ପାଇଁ କରିଥାଏ ଅପେକ୍ଷା

ମିଛ ମାୟା ଛଳନା ସ୍ଵାର୍ଥରେ ମନ ହେଲେ ମଳିନ

ସମଗ୍ର ଜୀବନକାଳ ହୋଇଥାଏ ଦୁଃଖମୟ

ସତ୍ୟ ଅହିଂସାରେ ରହିଥାଏ ନିରାମୟ

ଅନ୍ତର୍ନିହିତ ପ୍ରତିଭା ବିକାଶ ଲାଗି ଏ ଜୀବନ

ମନ ମନ୍ଦିର ଉପାସନା ଆରାଧନାର କେନ୍ଦ୍ର

ଉତ୍ସାହ ପ୍ରେରଣା ଯୋଗାଇ ଥାଏ ହୃଦୟ

ଅଜ୍ଞାନ ଅନ୍ଧାର ଦୂରେଇବାକୁ କରେ ଉପଚାର

ସଂସାର ସାଗରରୁ ହେବାକୁ ଉଦ୍ଧାର

ସଦା ସତ୍କର୍ମ କରିବା ପାଇଁ ଦେଇଥାଏ ଆହ୍ଵାନ

ମନର ଲକ୍ଷ୍ୟ ଉଦ୍ଦେଶ୍ୟ କରିବାକୁ ପୂରଣ

ମଣିଷ ହୋଇଥାଏ କର୍ମରେ ଯତ୍ନବାନ

ମନ ମନ୍ଦିର ଏକ ଶୁଦ୍ଧ ପବିତ୍ର ସୂକ୍ଷ୍ମ ସ୍ଥାନ

ତାର ମନନ ଚିନ୍ତନରେ ଦୁନିଆଁର ସବୁ ଦର୍ଶନ

ସେ ମନକୁ ରଖିଥିଲେ ହୃଦୟ ଭିତରେ ଅମ୍ଳାନ

ସଫଳତା ମିଳିଥାଏ ସାର୍ଥକ ହୁଏ ଜୀବନ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract