STORYMIRROR

Bijaya Panda

Drama Inspirational Others

3  

Bijaya Panda

Drama Inspirational Others

ଆମର୍ ବାବୁର୍ ଲାଗି ଟୁକେଲ୍ ଦେଖା

ଆମର୍ ବାବୁର୍ ଲାଗି ଟୁକେଲ୍ ଦେଖା

1 min
155


ବିହା ର୍ ଲାଗି ବାବୁ ହେଲା ବତର

          ହାତ୍ କେ ଦୁଇ ହାତ୍ କରମା୍ ଏଥର

ବାବୁ ଆମର୍ ବନେ ପଢିଛେ ପାଠ୍

         ଚାକ୍'ରି ନାଇ ପାଇ କରୁଛେ ଚାଷ୍

ରଖିଛେ ଟ୍ରାକ୍ଟର୍ ମଟର୍ ଦୁଇ ତିନ୍'ଟା

       ବନେ କମଉଛେ ପଏସା ପତର୍ ଦିରା

ମଦ୍ ପାଏନ୍ କେ ଦୁରୁ କରେ ଜୁହାର୍

         ବଡା ସୁନ୍ଦର୍ ତାର୍ ମାଏନ ବେଭାର୍ 

ବାହାର୍'ଲୁ ଦିନେ ଟୁକେଲ୍ ଦେଖି

          ଟୁକେଲ୍ ଦେଖି ମନ୍ ଗଲା ଲାଖି

କହେଲୁ ଆମର୍ ମନ୍'କେ ଆଏଲା

        ଏଥର ତମର୍ ଆଡେ କଥା ରହେଲା

ପଚରାଲେ ବାବୁ ତମର୍ କାଏଁ କରସନ୍ 

         ଦରମା୍ ମାସ୍'କ କେତେ ପାଏସନ୍

କହେଲି ଚାଷ୍ ଆମର୍ କରସି୍ ବାବୁ 

       କହେଲେ ବିଚାର୍ କରି ଆମେ କହେମୁଁ

ସବୁ ସାରି ଘର୍'କେ ଫିରି ଆଏଁଲି

       ତାକର୍ ବିଚାର୍ କେ ଟାକି ରହେଲିଁ

ନାଇଁ ଆଏଲା ସେନୁ ଖବର ଡବର୍

        ଦେଖି ଗଲୁ ଫେର୍ ଦୁଇ ଚାଏର୍ ଘର୍

ଚାଷି ପିଲା ବଲି ବାଆନି ନଉଛନ୍

         ଚାକ୍'ରିଆ ପିଲା କେ ଦେମୁଁ ବଲୁଛନ୍

କାହିଁ କେତେ ଦୁରୁ ଖୁଜି ଆଏଲୁଁ

         ଖୁଜି ଖୁଜି ଆମେ ନାଇଁ ପାଏଲୁ

ପିଲା ଦେଖୁଛନ୍ ସରକାରୀ ଚାକିରୀ

         ନିଜର୍ ଝି ପଛେ ଆଏତେ ନାଇଁ

କହେବେ କହେଲେ କହେଲା ବଲି

       ଦିନେ କେଭେଁ ତ ଆଏବା ତାକର୍ ପାଲି ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama