ଦୁନିଆ ସପନର : କଳ୍ପନା ଏକ କ୍ଷଣମାତ୍ରର
ଦୁନିଆ ସପନର : କଳ୍ପନା ଏକ କ୍ଷଣମାତ୍ରର
ସପନ ଏକ ମଣିଷର କଳ୍ପିତ କଳ୍ପନା ମାତ୍ର
କେବେ ସାଜେ ଏହା ପ୍ରକୃତ ଜୀବନର ସତ୍ଯ
ବାସ୍ତବିକତା ରୁ ଦୁରେଇନେଇ ଯାଏ ଅନେକ ଦୂରକୁ
ଯେଉଁଠୁ ଆଉ ଇଚ୍ଛା ହୁଏନି ଫେରିବା ପାଇଁ ପଛକୁ
ସେଇଠି ନା ଥାଏ ଜାତି ଧର୍ମ ନା ଥାଏ ସମାଜର ଡର
ଥାଏ ଯାହା ଅତୁଟ ବନ୍ଧନ ରହିଥାଏ ପ୍ରେମ ଓ ଅଭିମାନର
ଦେଖିବାକୁ ମିଳେନାହିଁ କୌଣସି ପ୍ରକାର ହିଂସା ଅଂହକାର
ସବୁେବେଳେ ଥାଏ କେବଳ କଥାବାର୍ତ୍ତା ବିଶ୍ବାସର
ସଂରଚନା ହୋଇ ନଥାଏ କୌଣସି ବାଦବିବାଦର
ସେଠି ସୃଷ୍ଟି ହୋଇଥାଏ କେବଳ ସଂପର୍କ ଭାବର
ରହେ ନାହିଁ ଅମାପ ଧନର ଆବଶ୍ଯକତା
ଥାଏ କେବଳ ମଣିଷ ଜୀବନରେ ସନ୍ତୁଷ୍ଟି ଓ ପୂର୍ଣ୍ଣତା
ନା ଥାଏ କୌଣସି ନୀୟମର ବାଧା ବାଧକତା
ଯେଉଁଠି ଥାଏ ସବୁକିଛି କରିବାର ପୂର୍ଣ୍ଣ ସ୍ବତନ୍ତ୍ରତା
ତାହେଲେ ସେଠି ମଣିଷ ବଞ୍ଚି ପାରିବ ତ
ଅନ୍ତରରୁ ପ୍ରତିଧ୍ଵନି ମାଧ୍ୟମରେ ଉତ୍ତର ଆସେନା ।
