STORYMIRROR

Bijaya Panda

Inspirational Others Children

4  

Bijaya Panda

Inspirational Others Children

ଦୁନିଆ ସପନର : କଳ୍ପନା ଏକ କ୍ଷଣମାତ୍ରର

ଦୁନିଆ ସପନର : କଳ୍ପନା ଏକ କ୍ଷଣମାତ୍ରର

1 min
238

ସପନ ଏକ ମଣିଷର କଳ୍ପିତ କଳ୍ପନା ମାତ୍ର

କେବେ ସାଜେ ଏହା ପ୍ରକୃତ ଜୀବନର ସତ୍ଯ

ବାସ୍ତବିକତା ରୁ ଦୁରେଇନେଇ ଯାଏ ଅନେକ ଦୂରକୁ

ଯେଉଁଠୁ ଆଉ ଇଚ୍ଛା ହୁଏନି ଫେରିବା ପାଇଁ ପଛକୁ

ସେଇଠି ନା ଥାଏ ଜାତି ଧର୍ମ ନା ଥାଏ ସମାଜର ଡର

ଥାଏ ଯାହା ଅତୁଟ ବନ୍ଧନ ରହିଥାଏ ପ୍ରେମ ଓ ଅଭିମାନର

ଦେଖିବାକୁ ମିଳେନାହିଁ କୌଣସି ପ୍ରକାର ହିଂସା ଅଂହକାର

ସବୁେବେଳେ ଥାଏ କେବଳ କଥାବାର୍ତ୍ତା ବିଶ୍ବାସର

ସଂରଚନା ହୋଇ ନଥାଏ କୌଣସି ବାଦବିବାଦର

ସେଠି ସୃଷ୍ଟି ହୋଇଥାଏ କେବଳ ସଂପର୍କ ଭାବର

ରହେ ନାହିଁ ଅମାପ ଧନର ଆବଶ୍ଯକତା

ଥାଏ କେବଳ ମଣିଷ ଜୀବନରେ ସନ୍ତୁଷ୍ଟି ଓ ପୂର୍ଣ୍ଣତା

ନା ଥାଏ କୌଣସି ନୀୟମର ବାଧା ବାଧକତା      

ଯେଉଁଠି ଥାଏ ସବୁକିଛି କରିବାର ପୂର୍ଣ୍ଣ ସ୍ବତନ୍ତ୍ରତା

ତାହେଲେ ସେଠି ମଣିଷ ବଞ୍ଚି ପାରିବ ତ 

ଅନ୍ତରରୁ ପ୍ରତିଧ୍ଵନି ମାଧ୍ୟମରେ ଉତ୍ତର ଆସେନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational