STORYMIRROR

Bijaya Panda

Fantasy Inspirational Others

4  

Bijaya Panda

Fantasy Inspirational Others

ସକାଳର ସନ୍ଧାନ

ସକାଳର ସନ୍ଧାନ

1 min
219

ଅନ୍ଧକାର ଓ ଆଳୁଅ ମଧ୍ଯରେ କିଛି କ୍ଷଣର ବ୍ୟବଧାନ

ରାତି ଅନିଦ୍ରା ରହି କରେ ସେହି ନୂଆ ସକାଳର ସନ୍ଧାନ ।


ଭାଗ୍ୟ ବିଡମ୍ବନାରେ କେବେସାଜେ ବିରହ ତ କେବେ ମିଳନ

ନିଷ୍ଠୁର ସାଥୀର କୃପଣତାରେ କଷ୍ଟ ପାଏଯେବେ ଏ ମନ ।


ବେହିସାବ ହୋଇ ରହି ଯାଇଛି ଯେତେ ସବୁ ପୁରୁଣା ଦିନ

ପାପ ପୁଣ୍ଯ ହିସାବ ଖାତାରେ କେବଳ ପାପର ଆକଳନ ।


ନୂତନତା ଆଗ୍ରହ ରେ ଆଜି ଭୁଲେ ଅତୀତର ଅପମାନ

ଭବିଷ୍ଯତ ର ଚିନ୍ତା ଘାରି ନଷ୍ଟ ହୁଏ ଆଜିର ବର୍ତ୍ତମାନ ।


ବଞ୍ଚିଛି ଆଜିବି ସମୟର କାରୁଣ୍ୟରେ ମୃତ୍ୟୁରୁ ବି ହୀନ

ଅସ୍ତ ହୋଇନପାରେ ଆକାଂକ୍ଷା ଭରା ଏ ଅଭିଶପ୍ତ ଜୀବନ ।


ସଫଳତାର ସେହି ଶେଷ ଉପଲବ୍ଧି ବି ଲାଗେ ମୂଲ୍ଯହୀନ

ଅନ୍ତେ କେବଳ ଆନନ୍ଦଦାୟକ ସେହି ମୃତ୍ୟୁ ର ଆଗମନ ।


Rate this content
Log in

Similar oriya poem from Fantasy