ବୟସର ପ୍ରଥମାର୍ଦ୍ଧ
ବୟସର ପ୍ରଥମାର୍ଦ୍ଧ
ହୁଏତ ପହଞ୍ଚି ପାରିନି ବୟସର ଶେଷ ସୋପାନରେ
ହେଲେ ପହଞ୍ଚିଯାଇଛି ଅନୁଭବର ସେହି ଚରମ ସୀମାରେ
ଶିଖି ଯାଇଛି ଲୋକଙ୍କ ମନକୁ ପଢିପାରିବା କଳା
ନିଜେ ନିଜକୁ ସାମ୍ନା କରିବାର କୌଶଳ
ଦୀର୍ଘ ପଚିଶ ବର୍ଷ ର ପ୍ରତି ଟି କ୍ଷଣର ମୁହୂର୍ତ୍ତ
ପ୍ରତି କ୍ଷଣରେ ଦେଇ ଚାଲିଥିବା ଅଗ୍ନି ପରୀକ୍ଷା
ସାମର୍ଥ୍ଯ ଯୋଗେଇଛି ବଞ୍ଚି ରହିବା ପାଇଁ
ଜାଣିପାରିଛି ଆଶା ଆକାଂକ୍ଷାର ମୂଲ୍ଯବୋଧ
କର୍ମର ଫଳ କେବେ ମଧୁର ତ ପୁଣି କେବେ ଗରଳ
ପରିଶେଷରେ ମିଳିଛି ଅନେକ ଅସଫଳତା
ହୁଏତ ବିଚ୍ଯୁତ କରିପାରେ କେବେକେବେ ଲକ୍ଷ୍ଯପଥରୁ
ଆଉ ସେ ଅସଫଳତା ଭିତରେ କିଛି ସଫଳତାର ଆଶା ।
