STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

କେବେ କହିବନି,କହିଲେ ଧର୍ମ ସହିବନି

କେବେ କହିବନି,କହିଲେ ଧର୍ମ ସହିବନି

1 min
351

କେବେ କୁହ ନାହିଁ ମୋ ବାପା'ମାଆଙ୍କୁ       

        ରଖିଅଛି ମୋର ପାଖରେ      

ସର୍ବଦା କହିବ ମୁଁ ରହିଅଛି

    ମୋ ବାପା'ମାଆ ଙ୍କର ପାଖରେ,,,....


କେବେ କହିବନି ମୋ ବାପା'ମାଆଙ୍କୁ

        ରଖିଅଛି ମୋର ଘରେ

ସର୍ବଦା କହିବ ମୁଁ ରହିଅଛି

      ମୋ ବାପା'ମାଆ ଙ୍କର ଘରେ,,,


କେବେ କହିବନି ମୋ ବାପା'ମାଆ ଙ୍କୁ

            ମୁଁ ସବୁବେଳେ ପୋଷୁଛି

ସର୍ବଦା କହିବ ମୁଁ ବାପା''ମାଆ ଙ୍କର

          ଖାଇ ଖାଇ ବଞ୍ଚି ରହିଛି,,,,


ଜନମ ଦେଲା ସେ ବଡ଼ ବି କରିଲା

         ଦିନରାତି ଗୋଟେ କରି

ଅଭାବ ପୂରଣ କରିଥିଲା ଯିଏ

          ନିଜର ପେଟକୁ ମାରି,,,


ଜୀବନ ଠୁଁ ବଡ଼ ଭାବିଥିଲା ଯିଏ

         ତୁମ ଜୀବନ କୁ ଗଢି

ତୁମରି ସୁବିଧା ପାଇଁ ରଖିଥିଲା

     ଧନଦୋୖଲତ , କୋଠା ବାଡ଼ି.....

          

ତୁମ ଜୀବନ ଟା ତାଙ୍କ ଅବଦାନ

      କୋଠାବାଡି ସବୁ ତାଙ୍କର

ଏବେ ବଡ଼ ହୋଇ କେମିତି କହୁଛ

        ସବୁଯାକ ଅଟେ ମୋହର,,,....


ଏସବୁ ସମ୍ପତି ତାଙ୍କରି ଥିଲା

          ଆଜି ଅଛି ତୁମ ପାଖରେ

କେଉଁ ମୁହେଁ ପୁଣି ଗର୍ବରେ କହୁଛ

       ବାପାମାଆ ଙ୍କୁ ରଖିଛି ପାଖରେ,,....


ବାପା ମାଆ ଯଦି ତୁମର ନଥାନ୍ତେ

     ତୁମେ, ଥାଆନ୍ତ କିଏହି ସୃଷ୍ଟି ରେ

ଏଣୁ,,

କେବେ କହିବନି ମୋ ବାପା ମାଆଙ୍କୁ

          ରଖିଅଛି ମୋ ପାଖରେ,,,,,


ମନେରଖିଥିବ ଜ୍ଞାନୀ ଗୁଣୀଜନ

    ଏମିତି କେବେ ଜମା କହିବନି

ଯଦି କହିଦେବ ମନେରଖିବ

       ଧର୍ମ କେବେ ଜମା ସହିବନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational