STORYMIRROR

Akshaya Dash

Fantasy Inspirational Others

3  

Akshaya Dash

Fantasy Inspirational Others

କଚେରି

କଚେରି

1 min
49


ଜଗତ ନାଥଙ୍କ ସାହାଣ ମେଲା 

ଶ୍ରୀକ୍ଷେତ୍ର ପୁରୀରେ ଦୁଆର ଖୋଲା 

କଚେରି ଭଲା 

ବିଚାରକ ପ୍ରଭୁ ଶ୍ରୀ ଚକା ଡୋଳା।

ଧନୀ ମାନି ଗୁଣି ଗରିବ ଜନ 

ହାରିଲେ ଶେଷରେ ଲଗାଇ ମନ 

ଜଗା ଭରଷା,

ହାତ ଟେକି ଆଶା କୃପା ବରଷା।

ଧନ ସମ୍ପତ୍ତିରେ କୁବେର ପରି 

କୋଳକୁ ସନ୍ତାନ ନପାରେ ଧରି 

ଗୁହାରି ଅତି 

ପୂଜା ଆରଚନା ମାଗେ ସୁଗତି।

କାର ପୁତ୍ର କନ୍ୟା ବିପଥ ଗାମୀ 

ଠକ୍, ଟାଉଟର ଚୋର ହାରାମି 

ସରବ ଦଶା,

ଶେଷରେ ଜଗାକୁ ରଖି ଭରଷା।

ପରିଶ୍ରମ ମୂଲ୍ୟ ନାହିଁ ହତାଶ 

ବିପଦ ଉପରେ ପରି ବତାସ 

ଶେଷକୁ ଜଗା 

ବିଚାର ପତିଙ୍କ ହାତରେ ପଘା।

ଭୋକ ଉପାସରେ ଭିକାରୀ ପରି 

ଘର ଘର ବୁଲି ଭୋକକୁ ଧରି 

ମିଲେନି ଦାନା,

ଭରସା ପତିତପାବନ ବାନା।

ଜଗତର ନାଥ ବିଚାର ପତି 

ଭକତ ଆରତ ଶୁଣନ୍ତି ନିତି 

ଆଶା ଭରଷା,

ସବୁରି ଭରଷା ଜଗା ପରଷା।

ଦିନ ରାତି ସଦା ତା ଦ୍ଵାର ମେଲା 

କଳିରେ କାଳିଆ କରୁଛି ଖେଳା 

ପାପୀ କି ତପି 

ତରିବା ସଂସାର ସାଗରେ ଜପି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy