STORYMIRROR

Bidyadhar Mantry

Romance Inspirational Others

4  

Bidyadhar Mantry

Romance Inspirational Others

କବିତାର ନାୟିକା

କବିତାର ନାୟିକା

1 min
287


ମନେ ପଡେ ସେଇ ବର୍ଷା ରାତି

ଲେଖିଥିଲି ପ୍ରଥମ କବିତା

ପ୍ରେମିକା ତାତି ରୁ ହିଁ କବିତା ଉତ୍ପତ୍ତି

ଲେଖନୀରୁ ଝରିଥିଲା ପ୍ରେମର କବିତା

ପ୍ରେମର କବିତା ସହ ହୃଦୟର କଥା

ହୃଦୟ ଭିତରେ ପ୍ରେମିକା

ପ୍ରେମିକା ସହମତିରେ ଲେଖିଲି କବିତା

କବିତାର ମାନ ଯାହା ବି ଥିଲା

ପ୍ରେମିକା ହିଁ ଥିଲା,କବିତାର ପ୍ରକୃତ ନାୟିକା ।


ପାର୍ବଣ ବେଳରେ ପ୍ରଥମ ଦେଖାରେ

ପ୍ରଥମ ଦେଖାରେ ଅଳପ ହସରେ

ଅଳପ ହସ ଆଉ ବାଙ୍କ ଚାହାଣୀରେ

ବାଙ୍କ ଚାହାଣୀରେ ମତୁଆଲା ମନ

ମନ କଥା କହିବା କହିବା ଆଗରୁ

ତା' ର ଚାଲି,ହସ,କଥା 

ଅଙ୍ଗଭଙ୍ଗୀ ,ଠାଣି,ନୟନ ଭୃଲତା

ମତୁଆଲା ମନକୁ ଛୁଇଁ ଥିଲା ପ୍ରେମର ବାରତା

ପ୍ରେମର ବାରତା କବିତା ରୂପରେ

ପ୍ରେମିକା ହିଁ କବିତାର ଅସଲି ନାୟିକା ।


ସ୍ୱ ଅନୁଭୂତିର ପ୍ରଣୟ ଲହରୀ

ତରଙ୍ଗାୟିତ ଲେଖନୀ ମୁନରେ

ଭାସି ଗଲା ଫର୍ଦ୍ଦ ପରେ ଫର୍ଦ୍ଦ

ସ୍ଵତନ୍ତ୍ର ନିଆରା ସେ ପ୍ରେମର କବିତା

କାଳ୍ପନିକ ନୁହେଁ ହୃଦୟର ଗାଥା 

ପ୍ରେମିକା ରୁ କବିତାର ଅସଲି ନାୟିକା।


ଭୋକିଲା ନୟନ ଆଉ ଉଦାସିଆ ଠାଣି

ଥିରିଥିରି ଚାଲି ସହ ଲାଜୁଆ ଚାହାଣି

ଗୋଲାପୀ ଅଧର ପରେ ହସର ଲହରୀ

ଚାଲିରେ ଫୁଟୁ ଥିଲା ଛନ୍ଦ

ଛନ୍ଦେ ଛନ୍ଦେ ଛନ୍ଦିବାକୁ ମିଳିଲା ଇଶାରା

ସେଇ ଇଶାରା ର ଭାବ ହୋଇଛି କବିତା

ପ୍ରେମିକା ରୁ ନାୟିକା ,ପ୍ରେମ କବିତାର।


ପ୍ରେମିକାର କଥା ହୃଦୟ ଭିତରେ

ଅକୁହା କଥା ସବୁ କବିତା ରୂପରେ

ଲେଖି ଦେଲେ ପ୍ରେମିକାର କଥା

ହାଲୁକା ହାଲୁକା ଲାଗେ ବ୍ୟସ୍ତ ଓ ବ୍ୟସ୍ତତା

କାଳ୍ପନିକ ନୁହେଁ, ଅଙ୍ଗେନିଭା କଥା

ପ୍ରେମିକା ଏବେ ନାୟିକା,ପ୍ରେମ କବିତାର।


ପ୍ରେମର ପ୍ରକୃତ ସଂଜ୍ଞା କହିଛି ପ୍ରେମିକା

ପ୍ରେମର ତାପ୍ତର୍ଯ୍ୟ ପ୍ରେମିକାର ବାହୁ-ବନ୍ଧନ ରେ

ପ୍ରେମିକା କହୁଛି କଥା,କବିତା ଆକାରେ

ପ୍ରେମିକା ହିଁ କବିତାର ପଥ ପ୍ରଦର୍ଶକ

ସେ ହିଁ ପ୍ରେମିକା,ନାୟିକା ଏହି କବିତା ପୃଷ୍ଠାରେ!


ପ୍ରଥମ ପ୍ରେମ କବିତା,ନୂଆ ଅନୁଭୂତି

କବିତା ନୁହେଁ ସେ, ପ୍ରେମିକାର ତାତି

ପ୍ରେମିକାର କଥା,କବିତା ରୂପରେ

ହାଲୁକା ହାଲୁକା ମନ ହୃଦୟ ଭିତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance