କବିତା
କବିତା
ତୁ ଯଦି ମୋ ପାଇଁ କବିତା ଥାନ୍ତୁ ହେଇ,
ଆଉ ଥରେ ତତେ ଦିଅନ୍ତି ବଦଳାଇ,
ନୂଆ ଶଦ୍ଦ ଦେଇ,
ଅଳଙ୍କାରେ ଦିଅନ୍ତି ସଜାଇ,
ମୋ ପାଇଁ ତୁ ପତ୍ରିକା ସାଜିଚୁ,
ମୋ ହାତରେ ଆଉ କିଛି ନାହିଁ।
ଅଧା ପଢା ବହି ପରି ଅଧା ରହିଗଲୁ।
ଆଉ ବେଳ ନାହିଁ ସାରିବାକୁ
ମଲାଟ ସୁନ୍ଦର କରି ଗଢ଼ିଥିଲୁ,
ଭିତରେ ଦୁଃଖକୁ ଖଜିଂ ରଖିଥିଲୁ।
ଚକ୍ରବ୍ୟୁହରେ ଫସିଗଲି ଅଭିମନ୍ୟୁ ପରି,
ଫେରିବାର ଆଉ ବାଟ କାଇଁ।
