STORYMIRROR

Sunanda Mohanty

Drama Action Others

3  

Sunanda Mohanty

Drama Action Others

କବିତା

କବିତା

1 min
217


ତୁମକୁ ଭାବିଲା ପରେ

 ଶବ୍ଦ ପାହାଡ଼ରୁ ଚୋରାଇଛି କିଛି 

ଗଢିବାକୁ ଶବ୍ଦର ମୀନାର 

ଏଇ ମୋର ଲେଖନୀରେ 

ଫର୍ଦ ଟିଏ କାଗଜ ଉପତ୍ୟକାରେ 


ସୃଜନୀ ହୁଏତ ହୋଇନପାରେ 

କାହାଣୀ ଚଳଣୀ 

ଦୈନଦିନ ବିପ୍ପଣୀ 

ଝରୁଥାଏ କଲମରେ 

ପ୍ରେମ ପ୍ରଣୟର ଦହନ ମନ୍ଥନ 

ପ୍ରତିଶ୍ରୁତି ପ୍ରତାରଣା, ଜୀବନ ଅଙ୍କକଷାରେ 


ତୁମେ ରୁପମତୀ ଶବ୍ଦ ଝଙ୍କାରରେ 

ଶବ୍ଦର ପାଉଁଜି ପିନ୍ଧି 

ରୁଣୁଝୁଣୁ ହୁଅ କବି ମାନସରେ 

ଶବ୍ଦ ନଈ ହେବାପାଇଁ 

ତମକୁ ଛୁଉଁଛି ଶବ୍ଦରେ ଶବ୍ଦରେ 

ଭାବ ବିହ୍ୱଳିତ ହୋଇ 

ଜୀବନ୍ୟାସ ଯେବେ ପାଇଯାଅ ତେବେ 

କେ କହେ କବିତା ଏହି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama