STORYMIRROR

Sagar Kumar Parida

Romance

2  

Sagar Kumar Parida

Romance

କବିତା ପ୍ରେମ

କବିତା ପ୍ରେମ

1 min
135

କବିତାକୁ ଭଲପାଏ ବୋଲିତ ଲେଖୁଛି,ଭାବୁଛି,ପଢୁଛି

କବିତା କ'ଣ ମୋତେ ସେତିକି ଭଲପାଏ,

ଯେତିକି ମୁଁ ତାକୁ ଭଲପାଉଚି

ହଁ ଭଲପାଏ,

ନ ହେଲେ ଶବ୍ଦଗୁଡିକ ଏତେ ସୁନ୍ଦର ଭାବରେ ,

ମନରେ ଉଙ୍କିମାରି ଖାତାରେ କିପରି ସଜେଇ ହୋଇଯାଅନ୍ତା

କବିତାକୁ ଭଲପାଏ ବୋଲିତ ମୁଁ କହୁଛି ,

ମନର ଭାବନାକୁ ବ୍ୟକ୍ତ କରୁଛି ,

ନ ହେଲେ କବିତା ପ୍ରତି ମୋର ଏତେ ନିବିଡ଼ତା କାଁହୁ

ଆସନ୍ତା ଯେ,

ହେ କବିତା ତୁମ ସାଥେ ମୋର ଏ ଯେଉଁ ଭଲ ପାଇବା

ତାହା ଚିରଦିନ ଥାଉ

ତୁମେ ମୋ ମନର କେଉଁ ଏକ

ଅକୁହା କୋଠରୀ ଭିତରୁ ଆସ

ସୁନ୍ଦରୀ ରୂପରେ ମୋ ଆଖି ଆଗରେ ବସ,

ପୁଣି ଚିରଦିନ ପାଇଁ ରହିଯାଅ କେଉଁ ବହି ପୃଷ୍ଠାରେ

ଅନ୍ୟକୁ ଖୁସି ଦେବାପାଇଁ,

କିମ୍ବା ଇଣ୍ଟରନେଟର କେଉଁ ଏକ ନିଦ୍ଧିଷ୍ଟ ସ୍ଥାନରେ

ତୁମ ପ୍ରତି ମୋର ଏତେ ଅନୁରକ୍ତି କ'ଣ

ଶ୍ବାଶ୍ୱତ ନା ଅଶ୍ବାଶ୍ୱତ

କିଏ କହିବ

 ଯେଉଁ ଦିନ ତୁମେ ପ୍ରେମର କବିତା ହୋଇ ଝରୁଥିବ

ମୋ କଲମ ମୁନରୁ

ଆଉ ମୁଁ ଲେଖିଯାଉଥିବୀ ପୃଷ୍ଠା ପରେ ପୃଷ୍ଠା

ଶ୍ବାଶ୍ୱତ ପ୍ରେମର ଗୀତି କବିତା

ସେ ଦିନ ଜାଣିବି

ତୁମ ଏବଂ ମୋ ଭିତରେ ଥିବା ସମ୍ପର୍କ

ଶ୍ବାଶ୍ୱତ ପ୍ରେମ ବୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance