STORYMIRROR

Amita Dash

Tragedy Inspirational Children

4  

Amita Dash

Tragedy Inspirational Children

କବିତା ପର୍ବକବିତା ସଂଖ୍ୟା ୧୮

କବିତା ପର୍ବକବିତା ସଂଖ୍ୟା ୧୮

1 min
207


ମାଲୋ ମଲି, ବାଡ଼ି ଚାରିକଡ ବୁଲି ଆସିଲି,

କୋଉଠି ମିଳିଲାନି ଫୁଲ କି ଫୁଲ କଢ ଦେଖିଲି।

ଓଷା ପର୍ବ ଦିନଯେତେ ଦରାଣ୍ଡେ,ଧୁଉଣ୍ଡେ,

ଗଛଟା ଖାଲି ନଣ୍ଡା, ଆଉ କ'ଣ।

ଏଥର ଗୁରୁବାର କୁ ସଂଧ୍ୟା ରୁ ଅଫୁଟା ଫୁଲ ତୋଳିଆଣି ପାଣିରେ ପକେଇ ରଖିବି।

ରାତିଚାରିଟାରୁ ଉଠିବି। 

ଟର୍ଚ୍ଚ ମାରି ସବୁ କଢତୋଳିବି।ଫୁଲକଢ଼ ପାଣିରେ ପକେଇ ଫୁଲ ଫୁଟେ ଇବି।

ସମସ୍ତଙ୍କୁ ଗିରାସିଚି ଠାକୁର ପୂଜା ପେରେମ।

ଫୁଲ ତ ଫୁଲ ଜରିଏ ଜରିଏ ଫୁଲକଢ ନେଇ କରୁଛନ୍ତି କ'ଣ?

ଯିଏ ଗଛଦିଟା ନଗେଇଚି ତା ପାଇଁ ଗୋଟେ ଦିଇଟା ଛାଡି ଦେଲେ କ୍ଷତି କ'ଣ।

ଅଫୁଟା ଫୁଲ ବି ଛାଡୁନାହାନ୍ତି।

କେବେ ସୁଧୁରିବେ ଭାବି ରହିଲେ

ମୋ ଘର ଠାକୁର କିଛି ପାରିବେନି ପୂଜା ଦିନ କହୁଚି।

ତାଙ୍କରି ପଦାଙ୍କ ଅନୁସରଣ କରି

ସଂଧ୍ୟା ରୁ ଅଫୁଟା ଫୁଲ ତୋଳି ଆଣିବି।

ଆଉଥିବ ଯେ ଫୁଲ କଢ ଦରାଣ୍ଡିବ ଏବାଡି ସେବାଡି ପଶି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy